ନୂଆପଡ଼ା: ପୋଲିସ୍ ନିକଟରେ ଆତ୍ମସମର୍ପଣ କଲେ ୩ କ୍ୟାଡର ମାଓବାଦୀ। ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ସ୍ଥିତ ପୋଲିସ ମୁଖ୍ୟାଳୟରେ ୩ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏସଡିକେ ଡେପୁଟି କମାଣ୍ଡର ଦିଲୀପ । ଏସଡିକେ ଏରିଆ କମିଟି ସଦସ୍ୟ ମଞ୍ଜୁଳା ଏବଂ ବରଗଡ଼ ଏରିଆ କମିଟି ସଦସ୍ୟ ସୁନିତା ।
ସୂଚନା ଅନୁଯାୟୀ ଆତ୍ମସମର୍ପଣ କରିଥିବା ୩ ଜଣ ମାଓବାଦୀ ଅନେକ ମାଓବାଦୀ ହିଂସାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଜେଣ କମାଣ୍ଡର ରହିଥିଲା । ଏହି ୩ ଜଣଙ୍କୁ ଧରାଇଦେବାକୁ ଓଡ଼ିଶା ପୋଲିସ ପକ୍ଷରୁ ୧୫ ଲକ୍ଷର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ପକ୍ଷରୁ ଥଇଥାନ ଯୋଜନାରେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ସମ୍ପୃକ୍ତ ୩ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଅନ୍ୟ ମାଓବାଦୀ ମଧ୍ୟ ଆତ୍ମସମର୍ପଣ ସମାଜର ମୁଖ୍ଯସ୍ରୋତକୁ ଫେରି ଆସନ୍ତୁ ବୋଲି ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି ।