ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଳନ ହେବାକୁ ଯାଉଛି ଡଲଫିନ୍ ଏବଂ ସାମୁଦ୍ରିକ କଇଁଛ ସଚେତନତା ମାସ । ରାଜ୍ୟରେ ଥିବା ୬ଟି ଉପକୂଳବର୍ତ୍ତୀ ଡିଭିଜନରେ ଏହି ସଚେତନତା ପଦକ୍ଷେପ ନିଆଯାଉଛି । ଲୋକମାନଙ୍କୁ ସଚେତନ କରିବା ସହ ଶିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉଚିତ ଧାରାକୁ ଆଣିବା ନେଇ ଦୃଷ୍ଟି ଦିଆଯାଉଛି । ଓଡ଼ିଶାର ସାମୁଦ୍ରିକ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ମାସ ବ୍ୟାପୀ ଚାଲିବ ।
ଅଧିକ ପଢନ୍ତୁ: ଉପ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା: ଥାନାରେ ଏତଲା ଦେଲା ବିଜେପି ଯୁବମୋର୍ଚ୍ଚା
ତେବେ ଏହି ଅଭିନବ ପ୍ରୟାସରେ କର୍ମଶାଳା, ସଂରକ୍ଷଣ ଡ୍ରାଇଭ୍, ପୋଷ୍ଟର ଉପସ୍ଥାପନା ଏବଂ କୁଇଜ୍ ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ପିସିସିଏଫଙ୍କ ପକ୍ଷରୁ ସୋସିଆଲ ମିଡିଆ X ଯୋଗେ ସୂଚନା ଦିଆଯାଇଛି । ତେବେ ଚିଲିକା ସମେତ ଓଡିଶା ଉପକୂଳରେ ଦେଖାଯାଉଥିବା ଇରାବାଡ଼ି ଡାଲଫିନ ସମେତ ବୋଟଲ ନୋସ ଏବଂ ସାଧାରଣ ଭାବରେ ୭ ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି ।