ପୁରୀ : ସୋସିଆଲ ମିଡିଆରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ ଘଟଣାକୁ ନେଇ ଥାନାରେ ଏତଲା ।
ସୂଚନା ଅନୁଯାୟୀ ଜଣେ ବ୍ଯକ୍ତି ସୋସିଆଲ ମିଡିଆରେ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋରେ ଅଶାଳୀନ କଥା ଲେଖିବା ସହ ସୁଭଦ୍ରା ପରିଡାଙ୍କ ଅକାଳ ବିୟୋଗରେ ସୁଭଦ୍ରା ଦୀପ ଦ୍ଵାରା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି ପୋଷ୍ଟ କରି ଭାଇରାଲ କରିଛନ୍ତି। ଯାହା ଅତି ନିନ୍ଦନୀୟ ଘଟଣାକ ଅଟେ । ଏପରି ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି।
ଏପରି ଫଟୋ ଭାଇରାଲ ହେବା ପରେ ରାଜ୍ୟ ବିଜେପିରେ ଅସନ୍ତୋଷ ପ୍ରକାଶ କରିଛି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏକ ଏତଲା ଦାୟର କରାଯାଇଥିବା ନେଇ ସୂଚନା ରହିଛି ।