ମାଲକାନଗିରି : ଆମ୍ବୁଲାନ୍ସକୁ ପିଟିଲା ମାଲବାହୀ ଟ୍ରେନ। ରାୟଗଡା ଠାରୁ ମାଲକାନଗିରି ଯିବା ବାଟରେ ଘଟିଛି ଦୁର୍ଘଟଣା। ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ପିଟିଥିବା ସୂଚନା। କିଛି ରୋଗୀ ଆଖି ଅପରେସନ ପାଇଁ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଗ୍ରାମରୁ ଯାଉଥିବା ସମୟରେ ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ ଥିବା ରେଳ ଲାଇନରେ ଏହି ଦୁର୍ଘଟଣାଟି ଘଟିଛି। ଆମ୍ବୁଲାନ୍ସ ଟି ଯାଉଥିବା ସମୟରେ ହଠାତ ମାଲ ବହି ରେଳଟି ଆସି ଆମ୍ବୁଲାନ୍ସଟିକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।ପରେ ଟ୍ରେନଟି ବ୍ରେକ ମାରିଦେଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୮ଜଣ ରୋଗୀ। ତେବେ ଦୁର୍ଘଟଣାରେ ଉଭୟ ଆମ୍ବୁଲାନ୍ସ ଗାଡି ଚାଳକ ଓ ରୋଗୀ ସୁରକ୍ଷିତ ଅଛନ୍ତି ।