ଭୁବନେଶ୍ବର : ସୋମବାର ଭୁବନେଶ୍ୱର ସ୍ଥିତ ରସୁଲଗଡ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ରାସ୍ତା ଉପରେ ଏକ ପିକଅପ ଭ୍ୟାନ ଜଳିଯାଇଛି । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପିକଅପ୍ ଡ୍ରାଇଭର ।
ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ସ୍ଥିତ ପଳାଶୁଣୀ ଛକ ଓଭରବ୍ରିଜ ଦେଇ ଏକ ପିକଅପ ଭ୍ୟାନ ଯାଉଥିବା ବେଳେ ହଠାତ ଗାଡିଟିରେ ନିଆଁ ଲାଗିଯାଇଥିଲା । ଯେଉଁଥିପାଇଁ ଗାଡି ଡ୍ରାଇଭର ଜଣଙ୍କ ସଙ୍ଗେସଙ୍ଗେ ଗାଡିଟିକୁ ଅଟକାଇ ଦେଇଥିଲେ । ଫଳରେ ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ତେବେ ସର୍ଟ ସର୍କିଟ ଯୋଗୁଁ ପିକଅପ ଭ୍ୟାନରେ ନିଆଁ ଲାଗି ଯାଇବା ନେଇ ଅନୁମାନ କରାଯାଉଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।