ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ନିଯୁକ୍ତ ଜିଏସଟି ବିଭାଗର ଉପ ଆୟୁକ୍ତ ତଥା ଡେପୁଟି କମିଶନର ସଞ୍ଜୟ ସିଂହ ଜୀବନ ହାରିଛନ୍ତି । ସେ ନୋଏଡାର ସେକ୍ଟର-୭୫ ସ୍ଥିତ ଆପେକ୍ସ ସୋସାଇଟିର ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେ କର୍କଟ ରୋଗରେ ପୀଡିତ ଥିଲେ ବୋଲି ଜଣାପଡ଼ିଛି ।
ପୋଲିସ ସୂଚନା ଅନୁଯାୟୀ, ସଞ୍ଜୟ ସିଂହ ସେକ୍ଟର-୧୧୩ ଥାନା ଅଞ୍ଚଳର ସେକ୍ଟର ୭୫ରେ ଅବସ୍ଥିତ ଆପେକ୍ସ ଏଥେନା ସୋସାଇଟିର ଇ-ଟାୱାର (ଫ୍ଲାଟ ନମ୍ବର ୨୦୦୪)ରେ ରହୁଥିଲେ । ସୋମବାର ଦିନ ସଞ୍ଜୟ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡିତ ଥିଲେ । କର୍କଟ ରୋଗର ଶେଷ ପର୍ଯ୍ୟାୟ ଯୋଗୁଁ ସେ ବହୁତ ଦିନ ଧରି ମାନସିକ ଚାପରେ ଥିଲେ ବୋଲି ପରିବାର ଲୋକ କହିଛନ୍ତି ।
ପୋଲିସ ମୃତ ଦେହକୁ ଜବତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଅଭିଯୋଗ କିମ୍ବା ସୁଇସାଇଡ ନୋଟ୍ ପାଇ ନାହିଁ । ତାଙ୍କ ପରିବାରରେ ସ୍ତ୍ରୀ ଏବଂ ଦୁଇ ପୁଅ ଅଛନ୍ତି । ଗୋଟିଏ ପୁଅ ଗୁରୁଗ୍ରାମରେ କାମ କରେ ଏବଂ ଆଉ ଜଣେ ପୁଅ ଗ୍ରେଟର ନୋଏଡାର ଏକ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛି ।