ସମ୍ବଲପୁର: ଆଜି ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଜଣେ ମହିଳା ଡେଇଁଥିବା ପଡିଛନ୍ତି । ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବାପରେ ଘଟଣାସ୍ଥଳରେ ସମ୍ବଲପୁର ଅଗ୍ନିଶମ ସେବାକେନ୍ଦ୍ର ଓ ପୋଲିସ ଉପସ୍ଥିତିରେ ମୃତ ମହିଳାଙ୍କ ଶବକୁ ଚାଉଁରପୁର ବ୍ରିଜ ତଳୁ ଉଦ୍ଧାର କରିଛି । ତେବେ କ'ଣ ପାଇଁ ମହିଳା ଜଣକ ବ୍ରିଜ ଉପରୁ ମହାନଦୀରୁ ଡେଇଁ ଜୀବନ ହାରିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ବ୍ରିଜ ଉପରୁ ମୃତ ମହିଳାଙ୍କ ଚପଲ ରଖାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମହାନଦୀର ଚାଉଁରପୁର ବ୍ରିଜରୁ ଡେଇଁ ମୃତ ହୋଇଥିବା ମହିଳାଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।