ନୟାଗଡ: ପୁଣି ବାଣ ବିସ୍ଫୋରଣରେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଘଟଣା ନୟାଗଡ ଜିଲ୍ଲା ସଦର ଥାନା ହୀରାଦେଈପୁର ଗାଁରେ ଘଟିଛି।
ସୂଚନା ଅନୁସାରେ, ହୀରାଦେଈପୁର ଗାଁରେ ବାଣ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୟାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ବିସ୍ଫୋରଣ ସମୟରେ ବାଣ ତିଆରି ଚାଲିଥିଲା ନା ନାହିଁ ସ୍ପଷ୍ଟ ହୋଇନାହିଁ । ଖବର ପାଇ, ପୋଲିସ ଘଟଣାର ତଦନ୍ତ ଜାରି କରିଛି । ଗତ କିଛି ଦିନ ହେବ ବାଣ ବିସ୍ଫୋରଣ ଘଟି ଲୋକେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ତଥାପି ବାଣ ବିସ୍ଫୋରଣ ଘଟୁଛି ।