କଟକ : ୪୯ ଲକ୍ଷରୁ ଉର୍ଦ୍ଧ ମୂଲ୍ୟର ସୁନା ଅଳଙ୍କାର ଜବତ। ସୁନା ଚୋରି ଅଭିଯୋଗ ରେ ଜଣଙ୍କୁ ଗିରଫ କରିଛି କଟକ ପୁରୀଘାଟ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସତ୍ୟ ନାରାୟଣ ସାହୁ। ତାଙ୍କ ପାଖରୁ 500.61 ଗ୍ରାମ ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ ।
ସୂଚନା ଅଭିଯୁକ୍ତ ସତ୍ୟ ନାରାୟଣ ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ। କଟକ ନୟାସଡ଼କ ଅଞ୍ଚଳରେ ଏକ ସୁନା ଦୋକାନରେ ସତ୍ୟ ନାରାୟଣ ୨୦୧୯ ମସିହାରୁ କାମ କରୁଥିଲେ।ସୁନା ଦୋକାନ ରୁ ଅଳଙ୍କାର ଚୋରି ହେଉଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ ସୁନା ଦୋକାନୀ ମାଲିକ । ଅଭିଯୋଗ ପରେ ପୁରିଘାଟ ଥାନା ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ସୁନା ଦୋକାନର ସିସିଟିଭି ଯାଞ୍ଚ କରିଥିଲା । ସିସିଟିଭି ରୁ ସତ୍ୟ ନାରାୟଣ ସୁନା ଅଳଙ୍କାର ଚୋରି କରୁଥିବାର ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ସତ୍ୟ ନାରାୟଣ ଙ୍କୁ ଗିରଫ କରିଛି ପୁରୀଘାଟ ଥାନା ପୋଲିସ ।