ଭୁବନେଶ୍ୱର: ରାଜ୍ୟରେ କଲବଲ କଲାଣି ତାତି । ତାପମାତ୍ରା ପୂର୍ବ ଅପେକ୍ଷା ୩ରୁ ୫ ଡିଗ୍ରୀ ବଢିପାରେ ବୋଲି ସୂଚନା ମିଳିଛି । ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ତାତି ଅନୁଭୂତ ହେଉଛି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ମାର୍ଚ୍ଚ ମାସ ଆରମ୍ଭରୁ ରାଜ୍ୟବାସୀ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହୋଇପଡିଲେଣି ।
ରାଜ୍ୟରେ ଦିନ ତାପମାତ୍ରାରେ ପାରଦ ଉପରମୁହାଁ ହେଉଥିବାବେଳେ ରାତି ତାପମାତ୍ରାରେ ପାରଦ ସାମାନ୍ୟ ତଳମୁହାଁ ହୋଉଛି । ଫଳରେ ଲୋକମାନେ ଟିକେ ଆଶ୍ବସ୍ତି ପାଉଛନ୍ତି । ତାପମାତ୍ରା ସହ ମୁକାବିଲା ପାଇଁ SRC ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସର୍ବଦା ୩୦ ଡିଗ୍ରୀ ଉପରେ ରହୁଛି । ତାତି ଓ ଗୁଳୁଗୁଳି ଏତେ ଅସହ୍ୟ ହୋଇଗଲାଣି ଯେ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ତାତି ସହ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛି ଓଡ଼ିଶା ।