ଭୁବନେଶ୍ୱର: ବିଧାନସଭା ଗୃହରୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି । ଗୃହରେ ଘଟିଥିବା ବିଶୃଙ୍କଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ବାଚସ୍ପତି ସୁରମା ପାଢୀ ତାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ।
ବିଧାନସଭାରେ ଗତକାଲି(ସୋମବାର)ରେ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ମାଡ଼ିଆସି ମାଇକ୍ ଭାଙ୍ଗିଦେଇଥିଲେ । ଆଜି ବି (ମଙ୍ଗଳବାର)ରେ ଗୃହରେ ହଙ୍ଗାମା କରିଥିଲେ । ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାରାଙ୍କ ବିରୋଧରେ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳର ମୁଖ୍ୟ ସଚେତକ । ୭ ଦିନ ପାଇଁ ନିଲମ୍ବନ ହେବାକୁ ପ୍ରସ୍ତାବ ଆସିଥିବା ବେଳେ ବାଚସ୍ପତି ତାଙ୍କୁ ନିଲମ୍ବନ କରିଛନ୍ତି । ସେପେଟ କଂଗ୍ରେସ ଏହାକୁ ବିରୋଧ କରି ମୁହଁରେ କଳାପଟି ବାନ୍ଧିଛନ୍ତି ।