ଚାନ୍ଦବାଲି : ଦିନକୁ ଦିନ ବଢିଚାଲିଛି ଦୁର୍ଘଟଣା। ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଯାଉଛି। ଏପରିକି ଅନେକ ପରିବାର ମଧ୍ୟ ଉଜୁଡି ଯାଉଛି। ତେବେ ପୁଣି ଭଦ୍ରକ-ଆରଡି ୩୫ ନମ୍ବର ରାଜ୍ୟପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସମ୍ୟ ହରାଇ ଟ୍ରାକ୍ଟରକୁ ବାଇକଟି ପଛପଟୁ ପିଟିଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛନ୍ତି।
ସୂଚନା ମୁତାବକ, ମଙ୍ଗଳବାର ରାତିରେ ୨ ଜଣ ଆରଡିରୁ ଭଦ୍ରକ ଯାଉଥିଲେ। ଏହି ସମୟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ଭଦ୍ରକ-ଆରଡି ୩୫ ନମ୍ବର ରାଜ୍ୟପଥ ନିକଟରେ ଏକ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ ଯୁବକ ଭଦ୍ରକ ପୀରହାଟ ଥାନା ଅଧୀନ ତଳଦୁମୁକାର ଗ୍ରାମର ବୋଲି ଜଣାପଡିଛି। ଖବରପାଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହିତ ଦୁର୍ଘଟଣା ବାବଦରେ ଟ୍ରାକ୍ଟର ଚାଳକଙ୍କୁ ପଚରାଉଚରା କରୁଛି।