ରାଉରକେଲା : ଦୀର୍ଘ ଦିନ ଧରି ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ବିଶ୍ରା ଥାନା ଅଞ୍ଚଳରେ ଏନକାଉଣ୍ଟର କଲା ପୋଲିସ। ଘାଇଲା ହେଲା ୩୨ ବର୍ଷୀୟ ବିୟୁସ ଲାଖୁଆ। ପୋଲିସର ଗୁଳିରେ ବିୟୁସ ଲାଖୁଆର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତେଣୁ ତୁରନ୍ତ ତାକୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ବିୟୁସ ଲାଖୁଆ ସୁସ୍ଥ ଅଛି।
ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆର ରହିଛି ଅନେକ ଅପରାଧିକ ମାମଲା। ରାଉରକେଲା ସହ ଝାଡଖଣ୍ଡ ଅଞ୍ଚଳରେ ବେଆଇନ ବାଲି ବେପାର, ଦାଦା ବଟି ଆଦାୟ, ରାହାଜାନୀ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧ କରି ପୋଲିସର ନିଦ ହଜାଇଥିଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ। ଏନେଇ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା। ପୋଲିସ ବିୟୁସ ଲାଖୁଆକୁ ଖୋଜିବା ସହ ତଦନ୍ତ ଚଳାଇଥିଲା। ଏହାରି ମଧ୍ୟରେ ଏକ ଗୁଳିକାଣ୍ଡ ଘଟଣାରେ ବିୟୁସ ଲାଖୁଆ ଧରା ପଡ଼ିଥିଲା ଏବଂ ଜେଲ୍ ଯାଇଥିଲା। ୪ ବର୍ଷ ଜେଲ୍ ଦଣ୍ଡ କାଟିବା ପରେ ବାହାରକୁ ଆସି ପୁଣି ଥିରେ ଉତ୍ପାତ କରୁଥିଲା। ଶେଷରେ ରାଉରକେଲାର ବିଶ୍ରା ଥାନା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆକୁ ଏନକାଉଣ୍ଟର କରିଛି।