ଦିଗପହଣ୍ଡି: ଆଜି ଗଞ୍ଜାମ ଜିଲ୍ଲା ଗୋକର୍ଣ୍ଣପୁର-କେଦାରପୁର ରାସ୍ତାରେ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଓ ସ୍କୁଲ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଛାତ୍ର ସାମାନ୍ୟ ଆହତ ସୂଚନା ମିଳିଛି ।
ସୂଚନା ଅନୁସାରେ, ଗୋକର୍ଣ୍ଣପୁର-କେଦାରପୁର ରାସ୍ତାରେ ଛାତ୍ରଙ୍କୁ ନେଇ ସ୍କୁଲ ଆସୁଥିବା ବସ୍ ସହ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୪ ଜଣ ଛାତ୍ର ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି । ଦୁର୍ଘଟଣାରେ ବସ୍ ଭିତରେ ଡ୍ରାଇଭର ଚାପି ହୋଇରହିଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।