ଭୁବନେଶ୍ୱର: ଅସହ୍ୟ ହେଲା ତାତି, କଲବଲ ହେଲେଣି ରାଜ୍ୟବାସୀ। ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ତାପମାତ୍ରା। ଯାହାଫଳରେ ରାଜ୍ୟବାସୀ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେବା ସହ ଘରୁ ବାହାରକୁ ବାହାରିବାକୁ ବି ଡରୁଛନ୍ତି। ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ତାତି ଅନୁଭୂତ ହେଉଛି। ତେବେ ତାପମାତ୍ରା ପୂର୍ବ ଅପେକ୍ଷା ୩ରୁ ୫ ଡିଗ୍ରୀ ବଢିପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ରାଜ୍ୟରେ ଦିନ ତାପମାତ୍ରାରେ ପାରଦ ଉପରମୁହାଁ ହେଉଥିବାବେଳେ ରାତି ତାପମାତ୍ରାରେ ପାରଦ ସାମାନ୍ୟ ତଳମୁହାଁ ହୋଉଛି। ଫଳରେ ଲୋକମାନେ ଟିକେ ଆଶ୍ବସ୍ତି ପାଉଛନ୍ତି। ତାପମାତ୍ରା ସହ ମୁକାବିଲା ପାଇଁ SRC ପକ୍ଷରୁ ଆଡଭାଇଜରି ଜାରି ହୋଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସର୍ବଦା ୩୦ ଡିଗ୍ରୀ ଉପରେ ରହୁଛି। ତେଣୁ ଅସହ୍ୟ ତାତି ଲୋକଙ୍କୁ କଲବଲ କରି ପକାଉଛି।