ଭୁବନେଶ୍ୱର: ଆଜି ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ଟପିଲା ୩୭ ଡିଗ୍ରୀ ତାପମାତ୍ରା । ରାଜ୍ୟରେ ଅସହ୍ୟ ହେଲାଣି ତାତି ଫଳରେ ରାଜ୍ୟବାସୀ କଲବଲ ହେଲେଣି । ଗ୍ରୀଷ୍ମ ପ୍ରବାହ କାରଣରୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡିଲେଣି । ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ତାତି ଅନୁଭୂତ ହେଉଛି। ତାତି ଓ ଗୁଳୁଗୁଳି ଏତେ ଅସହ୍ୟ ହୋଇଗଲାଣି ଯେ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ତାତି ସହ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛି ଓଡ଼ିଶା ।
ଝାରସୁଗୁଡ଼ାରେ ତାପମାତ୍ରା ଗତକାଲି ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । କିନ୍ତୁ ଆଜି ତାପମାତ୍ରା ପୂର୍ବ ତାପମାତ୍ରା ଅପେକ୍ଷା ରେକର୍ଡ ଭାଙ୍ଗିଛି । ଆସନ୍ତା ୧୪ ଓ ୧୫ ତାରିଖରେ ହିଟୱେଭ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ଏନେଇ ରାଜ୍ୟବାସୀଙ୍କୁ ମଧ୍ୟ ସଚେତନ କରାଯାଇଛି ।