ଭୁବନେଶ୍ୱର ; ବାହାହେଲେ ସୁପରଷ୍ଟାର ଅନୁଭବ ମହାନ୍ତି । ଦୀର୍ଘ ଦିନର ସମ୍ପର୍କ ପରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଜାଗୃତି ଶୁକ୍ଳାଙ୍କୁ ବିବାହ କରିଛନ୍ତି । ବନ୍ଧୁରୁ ପାଲଟିଲେ ଜୀବନସାଥୀ । ଆଉ ଜାଗ୍ରତି ପିନ୍ଧିଛନ୍ତି ଅନୁଭବଙ୍କ ନାଁର ସିନ୍ଦୂର। ଉଭୟଙ୍କ ବିବାହ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଏକ ଜଗନ୍ନାଥ ମନ୍ଦିରରେ ହୋଇଥିବା ଜଣା ଯାଇଛି।
ଅନ୍ୟପଟେ ୭ ମାର୍ଚ୍ଚରେ ଅନୁଭବ ଏବଂ ଜାଗୃତିଙ୍କ ନିର୍ବନ୍ଧ ହୋଇଥିଲା । ଦୁହିଁଙ୍କର ନିର୍ବନ୍ଧ ଏକ ହୋଟେଲରେ ଗ୍ରାଣ୍ଡ ସେଲିବ୍ରେଶନ ହୋଇଥିଲା । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିଲା । ଜାଗୃତି ନିଜ ଇନଷ୍ଟା ଏବଂ ଫେସବୁକ ଆଇଡିରେ ଅନୁଭବଙ୍କ ସହ ହୋଇଥିବା ନିର୍ବନ୍ଧ ବେଳର ଫଟୋ ସେୟାର କରିଥିଲେ । ଏଥିସହ ସେ ନିଜ ଭାବି ସ୍ୱାମୀଙ୍କୁ ନେଇ କ୍ୟାପ୍ସନରେ ଅନେକ କଥା ଲେଖିଥିଲେ ।
ବିବାହ ପରେ ପରେ ବରକନ୍ୟା ରିସେପ୍ସନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଓଡ଼ିଆ କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିବା ବେଳେ ସଂସ୍କୃତି ନଗରୀ କଟକ ସହରରୁ ପୂଜାରୀମାନେ ଖାସ୍ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି କରିଥିଲେ। ରିସେପ୍ସନ୍ ଭୋଜିରେ ୭୬ ପ୍ରକାରର ସୁସ୍ବାଦୁ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ଏଥିରେ ସ୍ବତନ୍ତ୍ର ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନବଦମ୍ପତିକୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଅଜୟ ପାଢ଼ୀ, ହିମାଦ୍ରୀ ତନୟା ଦାସ, ଜିତୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ନବବିବାହିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।
ତେବେ ପରିବାର ଓ କିଛି ଅଳ୍ପ ବନ୍ଧୁ ବାନ୍ଧବଙ୍କୁ ନେଇ ବିବାହ ହୋଇଥିବା ବେଳେ ବିବାହରର ପୂର୍ବରୁ ହିଁ ଏହା ସାମାଜିକ ଗଣ ମାଧ୍ୟମରେ ଏକ ପ୍ରକାରର ଟ୍ରେଣ୍ଡ ସାଜିଥିଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ଅନୁଭବ ଖୁବଶୀଘ୍ର ଜାଗ୍ରତିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ଧରି ଏନେଇ ଆଲୋଚନା ହେଉଥିବା ବେଳେ ମାର୍ଚ୍ଚ ୮ ତାରିଖରେ ନିର୍ବନ୍ଧ ପରେ ୧୧ ତାରିଖରେ ଦୁହଁଙ୍କ ବିବାହ ସଂପନ୍ନ ହୋଇଛି । ଏହା ପୂର୍ବରୁ ଉଭୟଙ୍କ ନିର୍ବନ୍ଧର ଫଟୋ ବିଭିନ୍ନ ସିନେମା ହ୍ୱାଟ୍ସ୍ ଆପ୍ ଗ୍ରୁପ୍ ସହ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଏବଂ ପ୍ରଶଂସକ ଓ ଶୁଭେଚ୍ଛୁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।