ପାରାଦୀପ: ପାରାଦୀପ ବନ୍ଦରରୁ ଏକ ବିରଳ ପ୍ରଜାତିର କୁମ୍ଭୀର ଛୁଆ ଉଦ୍ଧାର କରାଯାଇଛି । କୁମ୍ଭୀର ଛୁଆକୁ ଦେଖି ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବନ ବିଭାଗକୁ ଏନେଇ ଖବର ଦିଆଯାଇଥିଲା । ବନ ବିଭାଗ କୁମ୍ଭୀର ଛୁଆକୁ ଉଦ୍ଧାର କରି ଭିତରକନିକାରେ ଛାଡିବାର ବ୍ୟବସ୍ଥା କରୁଥିବା ସୂଚନା ମିଳୁଛି ।
ସୂଚନା ଅନୁସାରେ, ପାରାଦୀପ ବନ୍ଦର କଷ୍ଟମ୍ସ ବିଭାଗ ଜେଟ୍ଟିରୁ ବଉଳା କୁମ୍ଭୀର ଛୁଆ ଉଦ୍ଧାର କରାଯାଇଛି । ପୂର୍ବରୁ ଏକ ବଡ଼ କୁମ୍ଭୀର ମଧ୍ୟ ଉକ୍ତ ସ୍ଥାନରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଉକ୍ତ ବିଭାଗକୁ ବନ ବିଭାଗ ମଧ୍ୟ କାବୁ କରିଥିଲା । ପୁଣି କୁମ୍ଭୀର ଛୁଆ ଉଦ୍ଧାର କରାଯାଇଥିଲେ ମଧ୍ୟ ବଡ଼ କୁମ୍ଭୀର ସାମ୍ନାକୁ ଆସିନାହିଁ । ଭିତରକନିକାରୁ କୁମ୍ଭୀର ଛୁଆ ଆସିଥିବା ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ: ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା, ୪ ଆହତ