ଭୁବନେଶ୍ୱର: ଆଜିଠାରୁ କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ‘ହବିଷ୍ୟାଳୀ ଯୋଜନା’ରେ ଅନଲାଇନ୍ ଆବେଦନ ଆରମ୍ଭ ହେବାକୁ ଯାଉଛି । ପୁରୀ ଯାଇ ହିବଷ୍ୟାଳୀ ଯୋଜନାରେ ସାମିଲ ହେବାକୁ ଥିବା ମହିଳାମାନେ ଅନଲାଇନ ଜରିଆରେ ଆଜିଠାରୁ ନିଜର ନାମ ପଞ୍ଜିକରଣ କରିପାରିବେ ।
ଆସନ୍ତା ଅକ୍ଟୋବର ୨୬ ତାରିଖରୁ କ୍ରାର୍ତ୍ତିକ ବ୍ରତ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସେଥିପାଇଁ ଆଜି ସକାଳ ୧୦ଟାରୁ ଅନଲାଇନ ଆବେଦନ ଆରମ୍ଭ ହେବ । ବ୍ରତଧାରୀମାନେ www.edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ।
ହବିଷ୍ୟାଳୀ ଯୋଜନାରେ ମୋଟ ୨୫୦୦ଟି ଆସନ ରହିଛି । ୭୦ ବର୍ଷ ପର୍ଯ୍ୟନ୍ତ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତ ମହିଳା ଆବେଦନ କରିପାରିବେ । ପୁରୀର ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷ୍ୟାଳୀଙ୍କ ପାଇଁ ରହଣୀର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀଙ୍କ ପାଇଁ ରହଣୀ, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ଓ ମାଗଣା ମହାପ୍ରସାଦର ବ୍ୟବସ୍ଥା ରହିବ ।