ଭୁବନେଶ୍ୱର : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ଗୋଆର ଏକ ରିସର୍ଟରେ ସାମ୍ବାଦିକା ସୁଶ୍ରୀ ସଂଗୀତା ସାହୁ ଏବଂ ପ୍ରଦୀପଙ୍କର ପଡିବ ହାତ ଗଣ୍ଠି। ବିବାହରେ ୫୦ ରୁ ୬୦ ଜଣ ଅତିଥି ଯୋଗ ଦେବେ। ତେବେ ବାହାଘର ପୂର୍ବରୁ ସରିଛି ସଂଗୀତ। ଆଜି ହଳଦୀ ପରେ ନିଜ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିବେ।
ଯାହା ସୂଚନା ରହିଛି ସତ୍ୟନଗର ଜିମ୍ ରୁ ଦେଖାହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୩ ବର୍ଷ ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ଉଭୟ ପରିବାରର ସହମତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ବିବାହ ପରେ ନବରଙ୍ଗପୁରରେ ଏକ ବଡ ଭୋଜିର ଆୟୋଜନ ହେବ। ହେଲେ ଗୋଆରେ କେବଳ ନବରଙ୍ଗପୁରରୁ ଅତିଥିମାନେ ଯୋଗଦେବେ। ତେବେ ବର୍ତମାନ ରାଜନେତାମାନଙ୍କର ବିବାହର ଟ୍ରେଣ୍ଡ ଚାଲିଛି। କାରଣ ଗତକାଲି ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏପରିକି କିଛି ଦିନ ପୂର୍ବରୁ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ହାତକୁ ଦି’ ହାତ ହୋଇଛନ୍ତି।