କଟକ : ଅଚଳ ହୋଇଯାଇଛି ଏଟିଏମ। କଟକର ବିଭିନ୍ନ ସ୍ଥାନରେ ଏଟିଏମ ବନ୍ଦ ହୋଇଥିବା ଦେଖିବାକୁ ମିଳୁଛି । ଏଟିଏମ ଆଗରେ ଲଗାଯାଇଛି ବନ୍ଦ ହୋଇଥିବା ନୋଟିସ । ସହରର ଏକାଧିକ ଏସବିଆଇ ଏଟିଏମ ବନ୍ଦ ହୋଇ ରହିଥିବାରୁ ଟଙ୍କା ଉଠାଇ ପାରୁନାହାନ୍ତି ଲୋକେ |
ଯାହାକୁ ନେଇ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏନେଇ ଏସବିଆଇ କତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଗୋଟିଏ ମାସ ହେଲାଣି ଏଭଳି ଅବସ୍ଥାରେ ପଡ଼ିରହିଛି ଏଟିଏମ । ଆଖପାଖ ଏଟିଏମ ଗୁଡିକ ବନ୍ଦ ହୋଇ ରହିଥିବାରୁ ତାଙ୍କର ଉଠାଣ ପାଇଁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ । ଏସବିଆଇ ଭଳି ଏକ ବଡ ବ୍ୟାଙ୍କର ସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଅନ୍ୟପଟେ ଏସବିଆଇ ନିଜ ସେବା ଯୋଗାଇବାର ଶୈଳୀକୁ ଉନ୍ନତ କରିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ଗ୍ରାହକ ।