ଭୁବନେଶ୍ୱର: ଆଜି ବିଧାନସଭାରେ ବିଜୁ ଜନତା ଦଳ ଏବଂ କଂଗ୍ରେସ ଯେଉଁଭଳି ଅଶୋଭନୀୟ ଆଚରଣ କରିଛି, ମହିଳା ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଅପମାନିତ କରିବା, ମନ୍ତ୍ରୀଙ୍କ ମାଇକ ଭାଙ୍ଗିବା, ଏହା କ’ଣ ଗଣତନ୍ତ୍ର ? ଏଭଳି ଆଚରଣ ଆଦୌ ଶୋଭନୀୟ ନୁହେଁ । ତେଣୁ ଏଥିପାଇଁ ଉଭୟ ବିରୋଧୀ ଦଳ କ୍ଷମା ମାଗିବା ଉଚିତ ଦାବି କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।ଆଜି ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଗୃହରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ନେଇ ବିଜେପିର ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି, ବିଧାନସଭାରେ ବିଜୁ ଜନତା ଦଳ ଓ କଂଗ୍ରେସର ଅଶୋଭନୀୟ ଆଚରଣ ଚରମ ସୀମାରେ ପହଁଚିଥିଲା । ଯେତେବେଳେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖୁଥିଲେ, ସେତେବେଳେ ବିଜେଡ଼ି ଏବଂ କଂଗ୍ରେସ ବିଧାୟକମାନେ ଟେବୁଲ ପାଖକୁ ମାଡ଼ିଯିବା, ମାଇକ ଭାଙ୍ଗିବା, ଫାଇଲ୍ ଟାଣି ନେଇଯିବା ଏବଂ ତାଙ୍କ ମୁହଁକୁ ବନ୍ଦ ଚେଷ୍ଟା କରିବା, ଏ ଗଣତନ୍ତ୍ରର ଶୋଭନୀୟ ନୁହେଁ ଓଡ଼ିଶାବାସୀ ବିଚାର କରିବେ । ସେହିପରି ମହିଳା ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି ।
ଯଦି ମହିଳା କଥା କହୁଛନ୍ତି, ଭାରତୀୟ ଜନତା ପାର୍ଟି ଆଲୋଚନା ପାଇଁ ପ୍ରସ୍ତୁତ ଅଛି । କାର୍ଯ୍ୟସୂଚୀ ଅନୁସାରେ ମୁଲତବୀ ପ୍ରସ୍ତାବ ଆସିବାର ଥିଲା । କିନ୍ତୁ ତାହା ନ କରି ବିଜେଡ଼ି ଏବଂ କଂଗ୍ରେସ ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି । ବିରୋଧୀ ଦଳର ଆଚରଣ କେମିତି ହେବା ଦରକାର ଏମାନେ ଶିଖି ନାହାଁନ୍ତି । ତେଣୁ ଏ ସମସ୍ତ ଅଶୋଭନୀୟ ଆଚରଣ ପାଇଁ ବିରୋଧୀ କ୍ଷମା ମାଗିବା ଉଚିତ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଗୃହରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ନେଇ ବିଜେପିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା।