ଭୁବନେଶ୍ୱର : ସବୁ ପ୍ରତୀକ୍ଷା ଓ ବାଦବିବାଦର ଅନ୍ତ ଘଟିଛି । ଶେଷରେ ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ ଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ସାମ୍ବାଦିକା ତଥା ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି । ମଙ୍ଗଳବାର ବିବାହ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ନୂଆଦିଲ୍ଲୀରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା, ଉଭୟଙ୍କ ପରିବାରର ସମସ୍ତ ସଦସ୍ୟ ଓ କିଛି ସମ୍ପର୍କୀୟ ବିବାହରେ ଉପସ୍ଥିତ ରହିଥିଲେ । ଉଭୟଙ୍କ ବିବାହ ସମୟର ଏବଂ ବିବାହର ପରର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ।
ସୂଚନା ଥାଉ କି ଗତ ମାର୍ଚ୍ଚ ୬ ତାରିଖରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଆଉ ୧୧ ତାରିଖରେ ଉଭୟ ବିବାହ କରୁଥିବା ନେଇ ଖବରସାମ୍ନାକୁ ଆସିଥିଲା । ଆଉ ଶେଷରେ ତାହା ହିଁ ହୋଇଛି। ଅନୁଭବଙ୍କୁ ବିବାହ କରି ଜାଗୃତି ଓଡିଆ ବୋହୂ ହୋଇଛନ୍ତି।