ଭୁବନେଶ୍ୱର: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଭାରତର ବିଜୟ ପରେ ଭାଇରଲ ହେବାରେ ଲାଗିଛି ବିରୁସ୍କାଙ୍କ ଲଭ ଡୋଜ। ସୋସିଆଲ ମିଡିଆରେ ଭାଇରଲ ହେଉଛି ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବିରାଟ କୋହଲି ଓ ଅନୁଷ୍କାଙ୍କର ସୁନ୍ଦର ମୁହୂର୍ତ ଗୁଡିକ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଭାରତ ଐତିହାସିକ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡକୁ ଚାରି ୱିକେଟରେ ପରାସ୍ତ କରି ICC ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ଜୋରଦାର ସେଲିବ୍ରେସନ କରିଥିଲା ଭାରତୀୟ ଦଳ। ବିରାଟ କୋହଲି ମଧ୍ୟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ସେଲିବ୍ରେସନ କରିଥିଲେ। ପ୍ରତ୍ୟେକ ଥର ପରି ଚଳିତ ଥର ମଧ୍ୟ ଏହି ଚର୍ଚ୍ଚିତ ଯୋଡ଼ିଙ୍କ ଫଟୋ ଓ ଭିଡିଓକୁ ନେଇ ସାମାଜିକ ଗଣମାଧ୍ୟମରେ ହେଉଛି ଚର୍ଚ୍ଚା ।