ମୁମ୍ବାଇ: ଏ ଦୁନିଆରେ କେଉଁ ମାଆର ପୁଅ ଅଛି ଯିଏ ଗୋବିନ୍ଦା ଆଉ ମୋତେ ଅଲଗା କରିବ ପାରିବ ସେ ସାମ୍ନାକୁ ଆସୁ । ଛାଡ଼ପତ୍ର ଗୁଜବ ଉପରେ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ।
ସବୁବେଳେ ବିନ୍ଦାସ ମିଜାସ୍ ଏବଂ ରୋକ୍ ଠୋକ୍ ଜବାବ ପାଇଁ ସୁନୀତା ବେଶ୍ ଲୋକ ପ୍ରିୟା । ଅନେକ ସାକ୍ଷାତକାରରେ ଉଭୟ ଦମ୍ପତ୍ତିଙ୍କ ମଧ୍ୟରେ ଥିବା ଏକ ଦୃଢ଼ ସମ୍ପର୍କ ବିଷୟରେ କହିବା ସହିତ ଗୋବିନ୍ଦାଙ୍କର କେଉଁ ଗୁଣ ତାଙ୍କୁ ଭଲ ଲାଗେ କିମ୍ବା ଭଲ ଲାଗେନି ତାହା ମଧ୍ୟ ଖୋଲାଖୋଲି ଭାବେ କହିଛନ୍ତି ସୁନୀତା । ଜଣେ ମରାଠୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବାରୁ ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟ ଛାଡ଼ପତ୍ର ହେବାକୁ ଯାଉଥିବା ନେଇ ଖବର ପ୍ରକାଶ ପାଇଥିଲା । ବହୁତ ଶୀଘ୍ର ଗୋବିନ୍ଦା ଏବଂ ସୁନୀତା ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହା ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ସୁନୀତା ।
ସୁନୀତା ଏକ ଭିଡ଼ିଓରେ ଛାଡ଼ପତ୍ର ଖବରକୁ ଖଣ୍ଡନ କରିଛନ୍ତି । ଆଉ ପୂର୍ବ ଭଳି ନିଜ ଶୈଳୀରେ ଉତ୍ତର ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କି ଆମେ ଅଲଗା ଅଲଗା ଘରେ ରହୁଛୁ, ଏହାର କାରଣ ହେଉଛି ଯେତେବେଳେ ଗୋବିନ୍ଦା ରାଜନୀତିରେ ଯୋଗ ଦେଲେ ସେତେବେଳେ ଆମ ଘରେ ବଢ଼ିଲା ଝିଅ ଥିଲା । ଆମ ଘରକୁ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଆସୁଥିଲେ । ଯବାନ ଝିଅ ଅଛି, ମୁଁ ବି ଅଛି, ଆମେ ଘରେ ଛୋଟ କପଡ଼ା ପିନ୍ଧୁ ବୁଲୁ । ସେଥିପାଇଁ ଆମେ ସାମ୍ନାରେ ହିଁ ଏକ ଅଫିସ୍ ନେଇଥିଲୁ । ଛାଡ଼ପତ୍ରକୁ ନେଇ ସେ ଏ ଦୁନିଆରେ କେଉଁ ମାଆର ପୁଅ ଅଛି ଯିଏ ଗୋବିନ୍ଦା ଆଉ ମୋତେ ଅଲଗା କରିବ ପାରିବ ସେ ସାମ୍ନାକୁ ଆସୁ ।
ଏହା ପୂର୍ବରୁ ମଧ୍ୟ, ଗୋବିନ୍ଦାଙ୍କ ପାରିବାରିକ ବନ୍ଧୁ ଏବଂ ମ୍ୟାନେଜର ସମାନ କଥା କହିଥିଲେ । ଦଳୀୟ କାମ ପାଇଁ ଗୋବିନ୍ଦା ଅଲଗା ଘର ନେଇଛନ୍ତି । ପତି ପତ୍ନୀଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ବୋଲି କହିଥିଲେ ।