ଭୁବନେଶ୍ୱର: ଖୁବ ଶୀଘ୍ର ସିନେମା ଘରକୁ ଆସିବାକୁ ଯାଉଛି ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଆଉ ଏକ ଓଡ଼ିଆ ଚଳଚ୍ଚିତ୍ର ପାଦେ ଆକାଶ । ଟ୍ରେଲର୍ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରିଲିଜ୍ ହୋଇଯାଇଛି । ଏପ୍ରିଲ ୧୧ରେ ସିନେମାଟି ପରଦାକୁ ଆସିବାକୁ ଯାଉଛି ।
ସମାଜସେବୀ ସ୍ମୃତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର । ଯାହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍ ହିରୋଇନ୍ ଅର୍ଚ୍ଚିତା ସାହୁ । ତାଙ୍କ ସହିତ ଅଛନ୍ତି ବଲିଉଡ ଅଭିନେତା ରାଜେଶ ଜୈସ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ତରଙ୍ଗ ସିନେପ୍ରଡକ୍ସନର ବ୍ୟାନରେ ତିଆରି ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସୁଶାନ୍ତ ମଣି । ଫିଲ୍ମର ସଙ୍ଗୀତକୁ ସଜାଇଛନ୍ତି ପ୍ରେମ ଆନନ୍ଦ ।
ପାଦେ ଆକାଶ ଫିଲ୍ମଟି ସମାଜସେବୀ ଡାକ୍ତର ସ୍ମୃତି ମହାପାତ୍ରଙ୍କ ଜୀବନୀ ଉପରେ ଆଧାରିତ । ଯିଏ ଖୋଲା ଆକାଶରେ ମୁକ୍ତ ବିହଙ୍ଗ ହୋଇ ଉଡ଼ିବାକୁ ଚାହୁଁଥିଲା, ତାର ପର କାଟି ଦେଲା ଭାଗ୍ୟ । ଏକ ସଡ଼କ ଦୁର୍ଘଟଣା ତା’ ଜୀବନ ଆକାଶରେ କଳା ବାଦଲ ଢ଼ାଙ୍କି ଦେଲା । କିନ୍ତୁ ସେ ଭାଙ୍ଗି ନ ପଡ଼ି ପୁଣି ଥରେ ନିଜ ଆତ୍ମବଳକୁ ସୁଦୃଢ଼ କରି ଆଗକୁ ବଢ଼ିଛନ୍ତି । ଆଉ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତାହାକୁ ନେଇ ସିନେମାଟିର କାହାଣୀ ରହିଛି ।