ପୁଣି ଚର୍ଚ୍ଚାରେ ବଲିଉଡର ରୋମାଣ୍ଟିକ ଯୋଡି ସହିଦ ଓ କରିନା। ପ୍ରଥମେ ଡେଟିଂ ଚାଟିଂ ଓ ପରେ ବ୍ରେକଅପ ପରଠାରୁ ଉଭୟ ଉଭୟଙ୍କ ଠାରୁ ଦୂରେଇଯାଇଥିଲେ। ବ୍ରେକଅପ ପରେ ପରସ୍ପର ସହ ଦେଖାହେବ ତ ଦୂରର କଥା ପରସ୍ପର ସହ କଥା ବି ହେଉନଥିଲେ। ଏପରିକି ବଡ ବଡ ସିନେ ଇଭେଣ୍ଟରେ ପରସ୍ପରକୁ ଅଣଦେଖା କରାଯିବାର ଚିତ୍ର ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାର ସାମ୍ନାକୁ ଆସିଛି। ଉଭୟ ଗୋଟିଏ ସମୟରେ ଥିଲେ ବଲିଉଡର ଚର୍ଚ୍ଚିତ ରୋମାଣ୍ଟିକ ଯୋଡି। ପରସ୍ପରର ପ୍ରେମରେ ହେଉଥିଲେ ଉବୁଡୁବୁ। ଡେଟିଂ ଚାଟିଂରୁ ଆରମ୍ଭ ହୋଇ କଥା ଯାଇଥିଲା ମ୍ୟାରେଜ ଯାଏ। ଫିଲ୍ମ ଫିଦା, ଚୁପ୍ ଚୁପ୍କେ, ଜବ ୱି ମେଟ୍ ଭଳି ବିଗ୍ ବଜେଟ୍ ମୁଭିରେ ଉଭୟ ଏକାଠି କାମ କରିବା ପରେ ରିଲ ଠାରୁ ଆରମ୍ଭ କରି ରିଅଲ ସବୁ ଜାଗାରେ ଉଭୟଙ୍କ ଯୋଡିକୁ ଭଲ ପାଇବା ଦେଇଥିଲେ ଦର୍ଶକ। ହେଲେ ସମୟ ଗଡିବା ସହ ଉଭୟଙ୍କ ବଦଳି ଯାଇଥିଲା।
କରୀନା ସୈଫ ଅଲ୍ଲୀ ଖାନଙ୍କ ହାତ ଧରି ଘର ସଂସାର କରିଥିଲେ। ଆଉ ସାହିଦ ଘର ଲୋକଙ୍କ ଇଚ୍ଛାରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ବିଭା ପରେ ଉଭୟ ନିଜ ଜୀବନରେ ବେଶ ଖୁସି ମଧ୍ୟ ଅଛନ୍ତି। ଏମିତିରେ ଗୋଟିଏ ବର୍ଷ ପରେ ଯେତେବେଳେ ଜୟପୁରରେ ଆଇଫା ଆୱାଡ ଇଭେଣ୍ଟରେ କରୀନାଙ୍କ ସାହିଦଙ୍କୁ ଟାଇଟ ହଗ୍ କରିଥିଲେ ଏହି ଦୃଶ୍ୟ ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲା। ଉଭୟଙ୍କ ବଣ୍ଡିଂ ଦେଖି ସମସ୍ତଙ୍କ ଆଖି ବାସ୍ ଦେଖିବାକୁ ଲାଗିଥିଲା। ଆଇଫା ଆୱାର୍ଡରେ ବଲିଉଡର ଅନେକ ଅଭିନେତାଙ୍କ ଭିଡ ଲାଗିଥିଲା । କରନ ଜୋହର, କ୍ରିତି ସାନନ,କାର୍ତ୍ତିକ ଆର୍ଯ୍ୟନ,ମାଧୁରୀ ଦିକ୍ଷିତ ସାହିଦ କପୁର,କରୀନା କପୁରଙ୍କ ସହ ଅନେକ ସେଲିବ୍ରିଟି ଆସିଥିଲେ। ହେଲେ ସମସ୍ତଙ୍କ ଥିଲା ସହିଦ ଓ କରିନାଙ୍କ ଉପରେ। ଏତେ ବର୍ଷ ପରେ ଉଭୟଙ୍କ ଋୟୁନିଅନ ଦେଖି ବେଶ ଖୁସି ଅଛନ୍ତି ଉଭୟଙ୍କ ଫ୍ୟାନ। ଅନ୍ୟପଟେ ସାକ୍ଷାତ୍କାର ଦେଇ ସହିଦ କହିଛନ୍ତି ଆମ ପାଇଁ ଏହା ଏକ ସାଧାରଣ କଥା , ଦର୍ଶାଯା ଆମକୁ ଏକାଠି ଦେଖିବାକୁ ଭଲ ପାଇଲେ ଆମର ଦେଖାସାକ୍ଷାତ ଜାରି ରହିବ ।