ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲୀଶ୍ରୀ ନୋଡ଼ାଲ ହାଇସ୍କୁଲ ଠାରେ ତିନି ଦିନ ଧରି ଚାଲିଥିବା ୩୨ତମ ଜ଼ିଲ୍ଲାସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କ୍ୟାମ୍ପୋରି କାର୍ଯ୍ୟକ୍ରମ ରେ ସାମିଲ ଥିବା ବିଭିନ୍ନ ବିଦ୍ୟାଳୟ ର ୩ ଜଣ ଛାତ୍ରୀ ଗୁରୁତର ହୋଇ ଅସୁସ୍ଥ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ତେବେ ୩ ଜଣ ଛାତ୍ରୀ ଗୁରୁତର ଥିବା ନେଇ ସେମାନଙ୍କ ଚିକିତ୍ସା ଜାରି ରହିଛି ବୋଲି ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ପ୍ରକାଶ କରିଛନ୍ତି । ତେବେ ୩ ଦିନିଆ କାର୍ଯ୍ୟକ୍ରମ ରେ ଆୟୋଜକ କେମିତି ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ମାନଙ୍କୁ ଉପସ୍ଥିତ ନ ରଖିଲେ ସେ ନେଇ ନାନା କଥା ଚର୍ଚ୍ଚା ହେଉଛି । କେଉଁ କାରଣରୁ ଛାତ୍ରୀ ମାନେ ଏହି ଭଳି ଗୁରୁତର ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।