ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଶ୍ରୀ ଦାଦିଯି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ପିପଲପଦର ଠାରେ ଉଦଯାପିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ ଆଇ ଜି ଶ୍ରୀଯୁକ୍ତ ହିମାଂଶୁ ଲାଲ ଏବଂ ସମ୍ମାନିତ ଅତିଥି ଭାବେରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରୀହାନ ଖେତ୍ରି ପ୍ରଭାବତୀ ପବ୍ଲିକ ସ୍କୁଲ ଚେୟାରମେନ ଶ୍ରୀ ସୁଶିଲ ସରାଫ, ଯୋଗ ଦେଇଥିଲେ।
ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦ୍ଵୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାପରେ ସ୍କୁଲର କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କ୍ଲାସ ନର୍ସରୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଦ୍ଵାରା ମେରା ଦେଶ ମେରା ମିଟୀ ଥିମ ଅନୁଯାୟୀ ଦେଶ ଭକ୍ତି ଗୀତର ତାଳେ ତାଳେ ଦେଶର ଯବାନ ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ଯାହାକି ଆସିଥିବା ଅଭିଭାବକ ତଥା ଅତିଥିଙ୍କ ମନ ମୋହି ନେଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ହିମାଂଶୁ ଲାଲ ଶିକ୍ଷା ଗ୍ରହଣ କରିବା ସହ ଅନ୍ୟ ଜିନିଷ ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ ବୋଲି କହିଥିଲେ।