ଭଦ୍ରକ : ବିଚ ରାସ୍ତାରେ ଗୋଡ଼ାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ । ରାତି ଅଧରେ ଚାଲିଲା ଆତଙ୍କରାଜ। ଘଟଣାରେ ତିନିଜଣ ହେଲେ ଗୁରୁତର ଆହତ ।
ସୂଚନା ଅନୁଯାୟୀ ବୁଧବାର ଗତକାଲି ରାତି ପ୍ରାୟ ୧୦ଟା ପରେ ଏକ ଅଣ୍ଡା ଵୋଝେଇ ଟ୍ରକ୍ ଭଦ୍ରକର ନୂଆ ଵସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ସେଠାରେ ଡ୍ରାଇଭର ଟ୍ରକ୍ରୁ ଅନ୍ୟ ଏକ ଛୋଟ ଗାଡ଼ିକୁ ଅଣ୍ଡା ଅନଲୋଡ କରୁଥିଲେ।ହଠାତ ୩ଜଣ ନିଶାସକ୍ତ ଦୁର୍ବୃତ୍ତ ପହଞ୍ଚି ଡ୍ରାଇଭରଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟ୍ରକ୍ ଡ୍ରାଇଭର ମନା କରିଦେବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ଭୟଭୀତ ହୋଇ ଡ୍ରାଇଭର ଟ୍ରାନ୍ସପୋର୍ଟ ମାଲିକ ଚରମ୍ପା ଅଞ୍ଚଳର ପି ବାସୁଙ୍କୁ ଫୋନ କରିଥିଲେ। ପି ବାସୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ନିଶାସକ୍ତ ଦୁର୍ବୃତ୍ତମାନେ ସେମାନଙ୍କୁ ଗାଳିଗୁଲଜ କରି ସେମାନଙ୍କୁ ଗୋଡାଇ ଗୋଡାଇ ଛୁରୀ, ଭୁଜାଲି ଓ ବ୍ଲେଡରେ ଆକ୍ରମଣ କରିଥିଲେ। ସେମାନେ ଏକ ଅଟୋ ଯୋଗେ ଭଦ୍ରକ ଟାଉନ ଥାନାକୁ ଆସି ଅଭିଯୋଗ କରିଥିଲେ। ଏହି ସମୟ ମଧ୍ୟରେ ବି ନିଶାସକ୍ତ ଦୁର୍ବୃତ୍ତମାନେ ଏକ ଗାଡ଼ିରେ ସେମାନଙ୍କ ପିଛା କରି ଆକ୍ରମଣ କରିଥିଲେ। ଏଥିରେ ଟ୍ରାନ୍ସପୋର୍ଟ ମାଲିକ, ଅଣ୍ଡା ବେପାରୀ ଓ ଅଟୋ ମାଲିକ ଗୁରୁତର ହୋଇଥିଲେ। ଏହାପରେ ନିଶାସକ୍ତ ଦୁର୍ବୃତ୍ତମାନେ ନିଜ ଗାଡ଼ି ସହ ଟ୍ରାନ୍ସପୋର୍ଟ ମାଲିକଙ୍କ ବାଇକ୍କୁ ନେଇ ଫେରାର ହୋଇ ଯାଇଥିଲେ। ଆହତ ମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ପୁଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।