ବୌଦ୍ଧ: ମଦୁଆଙ୍କ ଆଡାସ୍ଥଳୀ ସାଜିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର। ଚିକିତ୍ସା ସେବାରୁ ବଞ୍ଚିତ ଦୁଇଟି ପଞ୍ଚାୟତର ଗୃହପାଳିତ ପଶୁ। ପ୍ରାଣୀଙ୍କ ଚିକିତ୍ସା ପାଇଁ ଖୋଲା ଯାଇଥିବା କେନ୍ଦ୍ରରେ ବର୍ତ୍ତମାନ ଝୁଲୁଛି ତାଲା ଏବଂ ଚିକିତ୍ସା କେନ୍ଦ୍ରର ଭିତରେ ପଡିଛି ଗଦା ଗଦା ମଦ ବୋତଲ । ତେବେ କୌଣସି ଗୃହ ପାଳିତ ପଶୁପକ୍ଷୀଙ୍କ ରୋଗ ହେଲେ ଉକ୍ତ ପଶୁପକ୍ଷୀଙ୍କ ମାଲିକ ୧୫ କିମି ଦୂରକୁ ଯାଇ ଚିକିତ୍ସା କରାଉଛନ୍ତି । ଏପରିକି ଅଧିକାଂଶ ପଶୁମାନେ ଚିକିତ୍ସାସେବା ନ ପାଇ ଅଧିକାଂଶ ସମୟରେ ସେମାନେ ମୃତ୍ୟୂବରଣ କରୁଛନ୍ତି। ଫଳରେ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି।
ସୂଚନା ଅନୁସାରେ , ୨୦୧୩ ମସିହାରେ କୁଶଙ୍ଗ ଓ ମହାଲିକପଡା ପଞ୍ଚାୟତର ଗୃହ ପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର। ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ ତ ହେଲା ହେଲେ ଏଠାରେ ନିଯୁକ୍ତି କରାଗଲାନି ଡାକ୍ତର। ଯାହାଫଳରେ ଏବେ ଭୂତ କୋଠି ପାଲଟିଛି ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର। ହେଲେ ଯେଉଁ ଲକ୍ଷ ଆଉ ଉଦ୍ଦେଶ୍ୟ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଥିଲା ତାହା ଏବେ ଫସର ଫାଟିଛି। ଆଗରୁ ଯେଉଁ ଗୃହ ପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଯେଉଁ ସମସ୍ୟା ଗ୍ରାମବାସୀ ଭୋଗୁଥିଲେ ତାହା ଏଵେବି ଭୋଗୁଛନ୍ତି ଗ୍ରାମବାସୀ।