ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ଶୀତ ଓ କୁହୁଡି ସାଙ୍ଗକୁ ପ୍ରଦୂଷଣର ମାତ୍ରା ଏବେ ବଢିବାରେ ଲାଗିଛି । ଦିଲ୍ଲୀ ସମତେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଅତ୍ୟେଧିକ ଥଣ୍ଡା ଅନୁଭୂତ ହେଉଛି । ଶୀତ ସାଙ୍ଗକୁ ଚାରିଆଡେ ଘନ କୁହୁଡ଼ିର ଅସ୍ତରଙ୍ଗ ଦେଖିବାକୁ ମିଳିଛି । କୁହୁଡି ଓ ପ୍ରଦୂଷଣ ଯୋଗୁଁ ଚାରିଆଡ ଧୂଆଁମୟ ଦେଖାଯାଉଛି । ଏଥିଯୋଗୁଁ ଟ୍ରେନ ଓ ବିମାନର ଗତି ମଧ୍ୟ ହ୍ରାସ କରିଦିଆଯାଇଛି ।
ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ହେତୁ ଜଳବାୟୁକୁ ଏହା ଅଧିକ ବିଷାକ୍ତ କରୁଛି । ବିଷାକ୍ତ ବାୟୁରେ ନିଶ୍ୱାସ ନେବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ଡିସେମ୍ବର ପ୍ରଥମ ସପ୍ତାହ ପରେ ବାୟୁ ପ୍ରଦୂଷଣ ସାମାନ୍ୟ ମାତ୍ରାରେ ହ୍ରାସ ପାଇଥିଲେ ହେଁ ଏବେ ପୁଣି ପ୍ରଦୂଷଣ ମାତ୍ରାରେ ବୃଦ୍ଧି ଘଟିଛି । ଦିଲ୍ଲୀର ୩୨ଟି ଅଞ୍ଚଳରେ ହାରାହାରି ଏକ୍ୟୁଆଇ (ବାୟୁ ଗୁଣବତ୍ତା ସୂଚକାଙ୍କ) ଗୁରୁବାର ସକାଳ ୭ଟା ସୁଦ୍ଧା ୪୫୦ ଟପିଛି, ଯାହା ଅତି ଭୟଙ୍କର ବୋଲି ଦର୍ଶାଉଛି ।
ନଜର ପକାନ୍ତୁ କେଉଁ ସହରରେ କେତେ ଏକ୍ୟୁଆଇ
ନେହେରୁ ନଗର: ୪୮୫
ୱଜିରପୁର: ୪୮୨
ଆନନ୍ଦ ବିହାର: ୪୭୮
ଜାହାଙ୍ଗୀରପୁର: ୪୭୮
ରୋହିଣୀ: ୪୭୭
ପଞ୍ଜାବୀ ବାଗ୍: ୪୭୬
ବିବେକ ବିହାର: ୪୭୫
ଅଶୋକ ବିହାର: ୪୭୨
ତେବେ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ରାଜଧାନୀବାସୀଙ୍କୁ ଅଣନିଶ୍ୱାସୀ କରିପକାଉଛି । ସକାଳେ ଲୋକେ ମର୍ଣ୍ଣିଂ ୱାର୍କ କରିବା କଷ୍ଟକର ହୋଇପଡ଼ୁଛି । ତେବେ ପ୍ରଥମଥର ପାଇଁ କୁହୁଡ଼ି ପାଇଁ ସହରରେ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ପ୍ରଦୂଷଣ ଓ କୁହୁଡ଼ି ପାଇଁ ବର୍ତ୍ତମାନ ସହରରେ ଦୃଶ୍ୟମାନ (ଭିଜିବିଲିଟି) ୫୦ ମିଟରରୁ କମ୍ ରହିଛି । ଡିସେମ୍ବର ୨୧ ପରେ ଦିଲ୍ଲୀରେ ଆହୁରି ଅତ୍ୟଧିକ ଥଣ୍ଡା ଅନୁଭୂତ ହେବା ସହ ଓ ଘନ କୁହୁଡିର ହେବ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।