ମହିଳା ସାମ୍ବାଦିକଙ୍କ ଉପରେ ରାଗିଗଲେ ବିରାଟ କୋହଲି, ମେଲବର୍ଣ୍ଣ ବିମାନବନ୍ଦରରେ ସାମ୍ବାଦିକଙ୍କ ସହ କାହିଁକି ହେଲା ଯୁକ୍ତିତର୍କ? ଭିଡ଼ିଓ ଭାଇରାଲ.. Khabar Odisha 19/12/2024 Share story: ଭାରତୀୟ କ୍ରିକେଟର ବିରାଟ କୋହଲୀ ମେଲବର୍ଣ୍ଣ ପହଞ୍ଚିବା ପରେ ଜଣେ ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନାଯାୟୀ, ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବକ୍ସିଙ୍ଗ ଡେ ଟେଷ୍ଟ ପୂର୍ବରୁ ମେଲବର୍ଣ୍ଣ ଏୟାରପୋର୍ଟରେ ପହଞ୍ଚିଛନ୍ତି କ୍ରିକେଟରର ବିରାଟ କୋହଲି । ତେବେ ବିମାନବନ୍ଦରରେ ଜଣେ ସାମ୍ବାଦିକଙ୍କ ସହ ବିରାଟଙ୍କ ଯୁକ୍ତିତର୍କ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ବିରାଟ ମହିଳା ସାମ୍ବାଦିକଙ୍କ ଉପରକୁ ହଠାତ୍ କାହିଁକି ରାଗିଗଲେ? ଏହାର କାରଣ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିରାଟଙ୍କ ପରିବାର ଫଟୋ ଓ ଭିଡିଓ ନେବାରୁ ସେ ଅସନ୍ତୁଷ୍ଟ ହୋଇଛନ୍ତି । ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମା, ଶିଶୁ ଭାମିକା, ଅକାୟ କୋହଲୀଙ୍କ ସହ ମେଲବର୍ଣ୍ଣ ବିମାନବନ୍ଦରରେ ପହଞ୍ଚିଥିଲେ । ସେହି ସମୟରେ ଅଷ୍ଟ୍ରେଲିଆର ଜଣେ ସାମ୍ବାଦିକା ତାଙ୍କ ଭିଡିଓ କରିଥିଲେ, ଯାହାକୁ ବିରୋଧ କରି ବିରାଟ ବିରକ୍ତିଭାବ ଦେଖାଇଛନ୍ତି । ବିରାଟ ମହିଳା କହିଥିଲେ, ମୋର ପ୍ରାଇଭେସି ରହିଛି । ମୋ ବିନା ଅନୁମତିରେ ପିଲାଙ୍କ ଫଟୋ କାହିଁକି ଉଠାଇଲ । ସେପଟେ ଏହାକୁ ନେଇ ଏବେ ଅଷ୍ଟ୍ରେଲିୟ ଗଣମାଧ୍ୟମରେ ବିରାଟଙ୍କୁ ସମାଲୋଚନା କରାଯାଉଛି । ତେବେ ଏଭଳି ଘଟଣା କିଛି ନୂଆ ନୁହେଁ । କାରଣ ଅଷ୍ଟ୍ରେଲିଆ ଗସ୍ତରେ ଯେବେ ବିରାଟ ଯାଇଛନ୍ତି ଗଣମାଧ୍ୟମର ଏଭଳି କିଛି ବ୍ୟବହାର ପାଇଁ ବିରକ୍ତି ଭାବେ ପ୍ରକାଶ କରିଥାନ୍ତି ବିରାଟ । Indian cricket superstar Virat Kohli has been involved in a fiery confrontation at Melbourne Airport. @theodrop has the details. https://t.co/5zYfOfGqUb #AUSvIND #7NEWS pic.twitter.com/uXqGzmMAJi — 7NEWS Melbourne (@7NewsMelbourne) December 19, 2024 Subhashree Sukla, , 19/12/2024