ଗାବା: ବ୍ରିସବେନର ଗାବାଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଲଗାଣ ବର୍ଷା ଏହି ମ୍ୟାଚ୍ର ଖଳନାୟକ ସାଜିଛି। ଶେଷ ଦିନରେ ବହୁତ ନିମ୍ନ ଓଭର ଖେଳ ଦେଖିବାକୁ ମିଳିଥିଲା। ଭାରତୀୟ ଦଳକୁ ୨୭୫ ରନର ଟାର୍ଗେଟ ମିଳିଥିଲା। ତେବେ ଭାରତ ୮ ରନ୍ କରିବା ପରେ ବର୍ଷା ଆସିଥିଲା, ଯାହା ପରେ ଏହା ଅଟକି ନଥିଲା ଏବଂ ଖୁବ୍ ଶୀଘ୍ର ଷ୍ଟମ୍ପ୍ ଘୋଷଣା କରାଯାଇଥିଲା।
ସୂଚନାଯୋଗ୍ୟ, ଏହି ଟେଷ୍ଟରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ଘରୋଇ ଦଳ ପ୍ରଥମ ପାଳିରେ ୪୪୫ ରନ୍ କରିଥିଲା। ଦ୍ବିତୀୟ ପାଳିରେ ୭ ୱିକେଟ୍ ବିନିମୟରେ ୮୯ ରନ୍ ସଂଗ୍ରହ ସହ ପାଳି ଘୋଷଣା କରିଥିଲା। ଭାରତ ପ୍ରଥମ ପାଳିରେ ୨୬୦ ରନ୍ ସଂଗ୍ରହ କରିଥିଲା। ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୭୫ ରନ୍ର ଲକ୍ଷ୍ୟ ମିଳଥିଲା। ଦ୍ବିତୀୟ ପାଳିରେ ଭାରତ ୮ ରନ୍ ସଂଗ୍ରହ କରିଥିଲା। ଏହା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍ ଖେଳାଯିବାର ସ୍ଥିତି ନଥିବାରୁ ବନ୍ଦ କରାଯାଇଥିଲା। ଫଳରେ ଏହି ମ୍ୟାଚ୍ ଡ୍ର’ ଘୋଷଣା କରାଯାଇଥିଲା।
ଦ୍ବିତୀୟ ପାଳିରେ ଅଧିନାୟକ ପେଟ୍ କମିନ୍ସ ସର୍ବାଧିକ ୨୨ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୧୭ ରନ୍ ସଂଗ୍ରହ କରିଥିଲେ। ନାଥନ୍ ମ୍ୟାକ୍ ସ୍ବୀନୀ ୪ ରନ୍, ଉସମାନ ଖୱାଜା ୮ ରନ୍, ମାର୍ନସ ଲାବୁସାନ ୧ ରନ୍ ଓ ମିଚେଲ ମାର୍ସ ୨ ରନ୍ କରି ଆଉଟ୍ ହୋଇଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ ମହମ୍ମଦ ସିରାଜ ଏବଂ ଆକାଶ ଦୀପ ୨-୨ଟି ୱିକେଟ୍ ନେଇଥିଲେ।
ଅଧିକ ପଢ଼ନ୍ତୁ: କଙ୍ଗୋରେ ବୁଡ଼ିଗଲେ ୨୫ ଯାତ୍ରୀ, ୧୨ରୁ ଅଧିକ ନିଖୋଜ