କେବେ ଫେରିବେ ସୁନୀତା ଓ୍ବିଲିୟମ ?
ନିରାପଦରେ ପୃଥିବୀକୁ ଫେରିବେ ତ ?
ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ତାଙ୍କୁ ନେଇ ଚିନ୍ତା ବଢ଼ାଇବା ପରି ଖବର ଆସିଛି । ଆସନ୍ତା ଫେବୃଆରୀରେ ସେ ପୃଥିବୀକୁ ଫେରିବା ନେଇ ଶୁଣା ଯାଉଥିବା ବେଳେ ଏବେ ସେଥିରେ ଅନିଶ୍ଚିତତା ଦେଖାଦେଇଛି । ତାଙ୍କର ପ୍ରତ୍ୟାବର୍ତ୍ତନରେ ଆହୁରି ବିଳମ୍ବ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ୧୦ ମାସରୁ ଅଧିକ ଦିନ ହେଲା ମହାକାଶରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଓ ସାଥୀ ବଚ ୱିଲମୋରଙ୍କ ପୃଥିବୀକୁ ଫେରିବା ପୁଣି ବିଳମ୍ବିତ ହୋଇଛି। ବୈଷୟିକ ତ୍ରୁଟି କାରଣରୁ ଉଭୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ମାର୍ଚ୍ଚ ଶେଷ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏହି ଅବଧି ଏପ୍ରିଲ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ବି ବଢିପାରେ ବୋଲି ନାସା କହିଛି । ତେବେ ସୁନୀତାଙ୍କୁ ଫେରାଇ ଆଣିବା ଲାଗି ଏଲନ ମକ୍ସଙ୍କ କମ୍ପାନୀ ସ୍ବେସ ଏକ୍ସ ଏକ ନୂଆ ପ୍ରୟାସ କରୁଛି, ଯାହା ସମୟ ସାପେକ୍ଷ । ଏହାର କାମ ମାର୍ଚ୍ଚ ଅନ୍ତିମ ପର୍ୟ୍ୟାୟରେ ଶେଷ ହେବ । ତେଣୁ ସୁନୀତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।
ନାସା ଓ ବୋଇଂର ମିଳିତ କ୍ରୁ ଫ୍ଲାଇଟ ଟେଷ୍ଟ ମିଶନର ଏକ ଅଂଶ ସୁନୀତା ଓ୍ବିଲିୟମ । ନାସା ୨୦୨୨ ମସିହା ଜୁଲାଇରେ ଏକ ମିଶନ ଆରମ୍ଭ କରିଥିଲା । ମଣିଷକୁ ନେଇ ମହାକାଶ ଯିବା ଓ ସଫଳତାର ସହ ଫେରାଇ ଆଣିବା ପାଇଁ ଆମେରିକା ଲକ୍ଷ୍ୟ ରଖିଥିଲା । ଏହି ମିଶନରେ ସୁନୀତା ପାଇଲଟ ରୂପରେ ସାମିଲ ହୋଇଥିଲେ । ୧୦ ଦିନ ପାଇଁ ମହାକାଶ ଯାଇଥିବା ସୁନୀତା ସେଠାରେ ୧୦ ମାସ ହେବ ଅଟକି ରହିଛନ୍ତି ।
କଛିଦିନ ତଳେ ସୁନୀତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖା ଯାଉଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟୁଥିବା ବେଳେ ଓଜନ ବି କମିବାରେ ଲାଗିଛି । ଏମିତି ସ୍ଥିତିରେ ତାଙ୍କୁ ଫେରାଇ ଆଣିବାରେ ବିଳମ୍ବ ନେଇ ନାଶାର ନିଷ୍ପତ୍ତି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ମହାକାଶ ଯାନରେ ଯାନ୍ତ୍ରିକ ତୃଟି କାରଣରୁ ସେ ପୃଥିବୀ ଫେରି ନପାରି ମହାକାଶରେ ଅଟକି ରହିଛନ୍ତି ।