ଭୁବନେଶ୍ୱର : ବିଦେଶରେ ନିଖୋଜ ଭାରତୀୟ ବଂଶୋଦ୍ଭବ ଛାତ୍ରୀ। ଦୀର୍ଘ ୪ ଦିନ ହେବ ନିଖୋଜ ଅଛନ୍ତି ୨୦ ବର୍ଷୀୟା ଛାତ୍ରୀ ସୁଦିକ୍ଷା କୋଙ୍କଣୀ । ସେ ପିଟସବର୍ଗ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିବା ବେଳେ, ଚଳିତ ମାସ ୬ ତାରିଖରୁ ସେ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ ସେ ପିଟସବର୍ଗ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ସାମୟିକ ଛୁଟିରେ ସାଙ୍ଗମାନଙ୍କ ସହ ଏକ ୬ ଜଣିଆ ଦଳରେ ବୁଲିବାକୁ ଯାଇଥିଲେ। ସେଠାରେ ଶେଷ ଥର ପାଇଁ ସୁଦିକ୍ଷାଙ୍କୁ ରିଉ ରିପବ୍ଲିକା ରିସୋର୍ଟରେ ଦେଖିବାକୁ ମିଳିଥିଲେ । ନିଖୋଜ ହେବା ପୂର୍ବରୁ ସୁଦିକ୍ଷା ମାଟିଆ ରଙ୍ଗର ପୋଷାକ, କାନରେ ମେଟାଲର କାନଫୁଲ ଓ ଗୋଡ଼ରେ ଆଙ୍କଲେଟ ପିନ୍ଧିଥିବା ବେଳେ ତାଙ୍କ ଉଚ୍ଚତା ୫ ଫୁଟ ୨ ଇଞ୍ଚ ବୋଲି ଦେଖଣାହାରୀ କହିଛନ୍ତି ।
ମିଳିଥିବା ସୂଚନା ମୁତାବକ ସୁଦିକ୍ଷା ନିଖୋଜ ହେବାପରେ ମଧ୍ୟ ତାଙ୍କ ସାଙ୍ଗରେ ଥିବା ୫ ଜଣିଆ ଦଳ ଏକାଠି ଯାତ୍ରା ଜାରି ରଖିଥିଲେ । ସୂଚନା ପାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ସାଙ୍ଗରେ ଥିବା ସାଙ୍ଗ ମାନଙ୍କୁ ପଚରାଉଚରା କରିବା ସହ ଘର ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି । ଏଥିସହ ପୁଲିସରେ ମଧ୍ୟ ନିଖୋଜ ରିପୋର୍ଟ ଦାଖଲ କରାଯିବା ପରେ ପୁଲିସ ପକ୍ଷରୁ ରିସୋର୍ଟର ଚତୁଃପାର୍ଶ୍ୱକୁ ଡ୍ରୋନ ଓ ହେଲିକେପ୍ଟର ମାଧ୍ୟମରେ ଖୋଜାଖୋଜି କରାଯାଇଥିବା ବେଳେ ସୁଦିକ୍ଷାଙ୍କୁ ପାଇବା ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି କଲେଜ କର୍ତ୍ତୃପକ୍ଷ।