ଭୁବନେଶ୍ୱର : ପୃଥିବୀ ଫେରିବେ ସୁନିତା ୱିଲିୟମ୍ସ । ୮ ଦିନ ପାଇଁ ଯାଇଥିବା ବେଳେ ୯ ମାସର ରହଣି ପରେ ଫେରିବେ ପୃଥିବୀ । ବାରମ୍ବାର ତାରିଖ ବଦଳାଇବା ପରେ , ଚଳିତ ମାସ ୧୬ ତାରିଖରେ ଫେରିବା ନେଇ ସ୍ପଷ୍ଟ କରିଛି ନାସା । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବେରି ୱିଲମୋର୍ ୨୦୨୪ ଜୁନ ୫ ରେ ୮ ଦିନ ପାଇଁ ମହାକାଶ କୁ ଯାତ୍ରା କରିଥିବା ବେଳେ ଫିର୍ଘ ୯ ମାସ ଧରି ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଆଣିବା ଲାଗି ଆସନ୍ତା ସପ୍ତାହରେ ସ୍ପେଶ ଏକ୍ସ ଡ୍ରାଗନ ମହାକାଶ ଯାନ ଯାତ୍ରା କରିବାକୁ ଥିବା ବେଳେ ରାତି ୧୨ ଟା ୦୫ ରେ ପୃଥିବୀରେ ଅବତରଣ କରିବେ । ଏହାମଧ୍ୟରେ ସୁନିତା ନିଜର ପ୍ରତିକ୍ରିୟା ରଖିବା ସହିତ ମହାକାଶରେ ସେ ବିତାଇଥିବା ଏହି ୯ ମାସ ସବୁଠୁ କଠିନ ସମୟ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ଗୋଟିଏ ମହାକାଶାଯାନରେ ଅନେକ ଥ୍ରେଷ୍ଟର ରହିଥାଏ। ଏହାର ସହାୟତାରେ ଯାନ ନିଜର ଗତିପଥ ବଦଳାଇ ଥାଏ। ହିଲିୟମ ଗ୍ୟାସ ଯୋଗୁଁ ରକେଟ୍ରେ ଚାପ ବଢ଼ିଥାଏ ଓ ଏହାକୁ ମଜବୁତ ରଖିଥାଏ। ଉତ୍କ୍ଷେପଣର ୨୫ ଦିନ ପରେ କ୍ୟାପସୁଲ୍ରୁ ୫ଟି ସ୍ଥାନରେ ହିଲିୟମ ଲିକ୍ ହେଉଥିଲା। ୫ଟି ଥ୍ରେଷ୍ଟର କାମ କରିବା ବନ୍ଦ କରିଦେଇଥିଲା। ଏହା ବ୍ୟତୀତ ପ୍ରପଲେଣ୍ଟ ଭାଲ୍ଭକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନ ଥିଲା। ମହାକାଶରେ ଥିବା କ୍ରିୟୁ ସଦସ୍ୟ ଏବଂ ଆମେରିକାର ହ୍ୟୁଷ୍ଟନ ସ୍ଥିତ ଅଭିଯାନର ମ୍ୟାନେଜର ମଧ୍ୟ ଏହାକୁ ସଜାଡ଼ି ପାରୁନାହାନ୍ତି। ଏଥିପାଇଁ ଉଭୟେ ପ୍ରଥମେ ଜୁନ୍ ୧୩ରେ ମହାକାଶକୁ ଫେରିପାରିଲେ ନାହିଁ।
ଏହା ପରେ ବାରମ୍ବାର ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ତାରିଖ ମଧ୍ୟ ବଦଳା ଯାଇଥିଲା। ଶେଷରେ ନାସାର ନିୟମିତ ଅଭିଯାନରେ ସେପ୍ଟେମ୍ବରରେ ମସ୍କଙ୍କ ଡ୍ରାଗନ କ୍ରିୟୁ ସଦସ୍ୟ ୭ ଜଣ ମହାକାଶଚାରୀଙ୍କୁ ନେଇ ଆଇଏସଏସକୁ ଯିବାର ଥିଲା। ମାତ୍ର ଏହି ଅଭିଯାନରେ ସୁନିତା ଏବଂ ୱିଲମୋରଙ୍କୁ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ଏହି ଗସ୍ତରୁ ୨ ଜଣ ମହାକାଶଚାରୀଙ୍କୁ ବାଦ ଦିଆଯାଇଛି। ସମସ୍ତେ ଆଇଏସ୍ଏସ୍ରେ ପହଞ୍ଚି ନିଜ ଅଭିଯାନ ଶେଷ କରିବେ। ଫେରିବା ସମୟରେ ସୁନିତା ଏବଂ ୱିଲମୋରଙ୍କୁ ଧରି ଫେରିବେ। ଏହା ସହିତ ପୁରୁଣା ଷ୍ଟାରଲାଇନର କ୍ୟାପ୍ସୁଲକୁ ଆଇଏସଏସରୁ ଅଲଗା କରିଦିଆଯିବ। ଏହା ୭ ତାରିଖରେ କୌଣସି ଦୁଇ ମହାକାଶଚାରୀଙ୍କୁ ନେଇ ପ୍ରତ୍ୟାବର୍ତନ କରିବ । ବର୍ତମାନ ଏହାକୁ ସୁରକ୍ଷିତ ଭାବେ ଅବତରଣ କରାଇବା ଲାଗି ନାସା ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।