ନୂଆଦିଲ୍ଲୀ: ଆମେରିକାର କ୍ଷମତାକୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରଠୁ ଲଗାତାର ଖର୍ଚ୍ଚକାଟ ଜାରି ରହିଛି । ଏଥିପାଇଁ ଅନେକ ଦେଶର ଫଣ୍ଡ ରଦ୍ଦ କରି ସାରିଲାଣି ଆମେରିକା । ଅନ୍ୟପଟେ ଲୋକଙ୍କ ନିଯୁକ୍ତି ଉପରେ ମଧ୍ୟ ବିପଦ ଘନେଇବାରେ ଲାଗିଛି । ସଦ୍ୟତମ ଖବର ଅନୁଯାୟୀ, ଆମେରିକାରେ ୮୦ ହଜାରରୁ ଅଧିକ ଲୋକଙ୍କୁ ଚାକିରିରୁ ଛଟେଇ କରିବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ଭେଟରନ୍ସ ଆଫାୟର୍ସ ବିଭାଗ ନିଜ ସଂଗଠନରେ ବଡ ପରିବର୍ତ୍ତନ କରିବାକୁ ଯୋଜନା କରୁଛି ।
ଭିଏର ଚିଫ ଅଫ୍ ଷ୍ଟାଫ କ୍ରିଷ୍ଟୋଫର ସାଇରେକ୍ ମଙ୍ଗଳବାର ଏଜେନ୍ସିର ଶୀର୍ଷ ଅଧିକାରୀଙ୍କୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ କହିଛନ୍ତି । ଏଥିପାଇଁ ବଡ ଧରଣର ଛଟେଇର ଆବଶ୍ୟକତା ରହିଛି । ଏହା ପୂର୍ବରୁ ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଭେଟରନ୍ସ ଆଫାୟର୍ସର ବିସ୍ତାର ହୋଇଥିଲା । କିନ୍ତୁ ଟ୍ରମ୍ପ ପ୍ରଶାସନର ଅଗଷ୍ଟ ମାସରେ ପୁନର୍ଗଠନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କାର୍ଯ୍ୟବଳକୁ ମିଶନ ଓ ସଂଶୋଧିତ ସରଞ୍ଚନା ଅନୁସାରେ ପୁନର୍ଗଠନ କରାଯିବ । ହ୍ୱାଇଟ୍ ହାଉସ୍ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ସହ ମିଶି ଏହି ଯୋଜନାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଯଦ୍ୱାରା ଟ୍ରମ୍ପ ପ୍ରଶାସନଙ୍କ ଲକ୍ଷ୍ୟ ଓ ଯୋଜନାକୁ ପ୍ରଭାବୀ ଓ ବ୍ୟବସ୍ଥିତ ପ୍ରକ୍ରିୟା ଲାଗୁ କରାଯାଇ ପାରିବ । ଏହି ସବୁକୁ ଦୃଷ୍ଟିରେ ରଖି ଆମେରିକାରେ ୮୦ ହଜାର କର୍ମଚାରୀଙ୍କୁ ଚାକିିରିରୁ ଛଟେଇ କରିବାକୁ ଯାଉଛନ୍ତି ଟ୍ରମ୍ପ ପ୍ରଶାସନ ।