ଅସ୍ତ୍ରବରତି ପରେ ବି ଇସ୍ରାଏଲୀ ସେନା ପକ୍ଷରୁ ଗାଜାର ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ କରାଯାଇଛି । ଆମେରିକା କଥାରେ ପ୍ରଥମେ ରାଜି ହୋଇ ପରେ ଏଥିରୁ ଓହରି ଯାଇଛି ଇସ୍ରାଏଲୀ । ଇସ୍ରାଏଲୀ ପକ୍ଷରୁ କୁହାଯାଇଥିଲା, ରମଜାନ୍ ସମୟରେ ଗାଜା ଉପରେ ଆକ୍ରମଣ କରାଯିବ ନାହିଁ । ହେଲେ ରମଜାନ୍ ମାସରେ ବି ଗାଜାର ବିଭିନ୍ନ ସ୍ଥାନରେ ଭୟଙ୍କର ଆକ୍ରମଣ କରାଯାଇଛି ।
ରବିବାର ଗାଜା ଷ୍ଟ୍ରିପରେ ହୋଇଥିବା ଆକ୍ରମଣରେ ୪ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି ଚୁକ୍ତିନାମା ଶେଷ ହେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ଗାଜାର ବିଭିନ୍ନ ସ୍ଥାନରେ ଆଇଡିଏଫ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏପରିକି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଗାଜାରେ ପ୍ରବେଶ କରିବାକୁ ଅନୁମତି ମିଳୁନି ।