ସୁକ୍ରେ: ବୋଲିଭିଆର ପୋଟୋସି ଅଞ୍ଚଳରେ ଏକ ବସ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ପୁଲିସ ଓ ସ୍ଥାନୀୟ ଅଧିକାରୀଙ୍କ ବୟାନକୁ ଆଧାର କରି ଅଲ୍ ଜଜିରା ଏହି ସୂଚନା ଦେଇଛି। ଶନିବାର ସକାଳ ପ୍ରାୟ ୭ଟା ବେଳେ ଉୟୁନି ଓ କୋଲଚାନି ମଧ୍ୟରେ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଗୋଟିଏ ବସ୍ ବିପରୀତ ଲେନ୍ ଅତିକ୍ରମ କରି ଧକ୍କା ଖାଇଥିଲା। ଅଲ୍ ଜାଜିରା ଅନୁଯାୟୀ, ଉୟୁନି ହେଉଛି ସାଲାର ଡି ଉୟୁନିର ପ୍ରବେଶ ଦ୍ୱାର, ଯାହା ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ଏବଂ ବିଶ୍ୱର ସର୍ବବୃହତ ଲୁଣ ଫ୍ଲାଟ୍, ଯାହା ୧୦,୦୦୦ ବର୍ଗ କିଲୋମିଟରରୁ ଅଧିକ ବ୍ୟାପିଛି ।
ପୋଟୋସିର ବିଭାଗୀୟ ପୁଲିସ କମାଣ୍ଡର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩୯ ଜଣ ଆହତଙ୍କୁ ଉୟୁନି ସହରର ୪ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ୩୭ ଜଣ ପ୍ରାଣ ହରାଇଛନ୍ତି। ମୁଖପାତ୍ର କହିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମୃତକ ଏବଂ ଆହତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ବସ୍ ଓରୁରୋ ଅଭିମୁଖେ ଯାଉଥିଲା, ଯେଉଁଠାରେ ଏକ ବଡ଼ କାର୍ନିଭାଲ ମହୋତ୍ସବ ଚାଲିଛି। ଦୁର୍ଘଟଣା ପୂର୍ବରୁ ବଞ୍ଚିଥିବା ଡ୍ରାଇଭରଙ୍କ ମଧ୍ୟରୁ ଜଣେ ମଦ୍ୟପାନ କରୁଥିଲେ ବୋଲି କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି। ଯାତ୍ରୀମାନେ ତାଙ୍କୁ ମଦ୍ୟପାନ କରୁଥିବା ଦେଖିବାକୁ ପାଇଥିଲେ।
ଅଲ୍ ଜଜିରା ଅନୁଯାୟୀ, ରେଡିଓ ଉୟୁନି ଦ୍ୱାରା ନିଆଯାଇଥିବା ଫଟୋରେ ପୁଲିସ ଭଗ୍ନାବଶେଷରୁ ବଞ୍ଚିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ବେଳେ କମ୍ବଳରେ ଆଚ୍ଛାଦିତ ମୃତଦେହ ଆଣ୍ଡିଆନ୍ ହାଇଲ୍ୟାଣ୍ଡରେ ବିଛିନ୍ନ ହୋଇ ରହିଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ବୋଲିଭିଆର ପାହାଡ଼ିଆ, ଖରାପ ରକ୍ଷଣାବେକ୍ଷଣ ଏବଂ କମ୍ ତଦାରଖ କରାଯାଉଥିବା ସଡ଼କ ପଥ ବିଶ୍ୱର ସବୁଠାରୁ ମାରାତ୍ମକ ରାସ୍ତା, ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ହାରାହାରି ୧୪୦୦ ଲୋକ ପ୍ରାଣ ହରାଉଛନ୍ତି।
ଅଧିକ ପଢ଼ନ୍ତୁ: ମାର୍ଚ୍ଚ ୮ରୁ ଯେକୌଣସି ସ୍ଥାନରେ ମୁକ୍ତ ଭାବରେ ଯାତାୟାତ କରିପାରିବେ ଲୋକେ