ନୂଆଦିଲ୍ଲୀ: ଚୀନର ଦକ୍ଷିଣ ଅଞ୍ଚଳରେ ଏକ ନଦୀରେ ଏକ ଡଙ୍ଗା ଏବଂ ଜାହାଜ ମଧ୍ୟରେ ଧକ୍କା ହୋଇଛି । ଏକ ତେଲ ସଫା କରୁଥିବା ଜାହାଜ ଏକ ବୋଟକୁ ଧକ୍କା ଦେଇଛି । ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ତଲାସୀ ଅଭିଯାନ ଜାରି ରଖିଛନ୍ତି ।
ଶୁକ୍ରବାର ବିଳମ୍ବିତ ରାତିରେ ଚୀନର ଏକ ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଗତ ମଙ୍ଗଳବାର ସକାଳ ହୁନାନ ପ୍ରାନ୍ତରେ ୟୁଆନସୁଇ ନଦୀରେ ଏକ ଜାହାଜ ଗୋଟିଏ ଛୋଟ ଡଙ୍ଗାକୁ ଧକ୍କା ଦେଇଥିଲା । ଫଳରେ ବୋଟରେ ଥିବା ୧୯ ଜଣ ଲୋକ ନଦୀରେ ପଡ଼ିଯାଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ତତକ୍ଷଣାତ୍ ଉଦ୍ଧାର କରିବା ସମ୍ଭବ ହୋଇଥିଲା । ପରବର୍ତ୍ତୀ ସମୟରେ ୧୧ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମାତ୍ର ଆହୁରି ୫ ଜଣ ଏବେବି ନିଖୋଜ ଅଛନ୍ତି । ଡଙ୍ଗାରେ ଥିବା ଯାତ୍ରୀମାନେ ପ୍ରତିଦିନ ଯିବା ଆସିବା କରନ୍ତି ବୋଲି ବଞ୍ଚିଯାଇଥିବା ଜଣେ ଯାତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଜାହାଜରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ହେପାଜତରେ ନେଇଛି ।