ଭୁବନେଶ୍ୱର : ରାଜ୍ୟରେ ଛୁଟି ଦିନ ତାଲିକାରୁ ହଟିଲା ମାର୍ଚ୍ଚ ୫ ତାରିଖ । ବଦଳିଲା ପଞ୍ଚାୟତିରାଜ ଦିବସ ପାଳନ ତାରିଖ । ଏଣିକି ମାର୍ଚ୍ଚ ୫ ନୁହେଁ, ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ସୋମବାର ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳନ ନେଇ ଥିବା ଦ୍ବନ୍ଦ୍ୱ ଦୂର ହୋଇଛି । ମାର୍ଚ୍ଚ ୫ ନୁହେଁ ବରଂ ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ମାର୍ଚ୍ଚ ୫ ତାରିଖ ଓଡିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ଆଉ ପାଳନ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।