ସମ୍ବଲପୁର: କପି କରିବା ପଡ଼ିଲା ମହଙ୍ଗା । କପି କରି ଧରାପଡ଼ିଲେ ୭ ଜଣ ପରୀକ୍ଷାର୍ଥୀ । ଏଆଇ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ସେମାନେ ଧରାପଡିଛନ୍ତି । ସମ୍ବଲପୁର ବୋର୍ଡ କତ୍ତୃପକ୍ଷ ଏନେଇ ସୂଚନା ଦେଇଛି ।
ଚଳିତବର୍ଷ କପି ରୋକିବାକୁ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ଏଆଇ କ୍ୟାମେରାର ବ୍ୟବହାର କରାଯାଉଛି । ତେବେ ମାଟ୍ରିକର ବିଜ୍ଞାନ ପରୀକ୍ଷାରେ କପି କରି ୭ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି । ଏହି ସମସ୍ତ ପରୀକ୍ଷାର୍ଥୀ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡ଼ିଛି ।