ଭୁବନେଶ୍ୱର: ଓଏଏସ୍ ଅଧିକାରୀ କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଓଏସଡି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକ ପଟ୍ଟନାୟକ ପୂର୍ବରୁ କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରିଛନ୍ତି । ସୋମବାର ୧୮ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ନୂତନ ନିଯୁକ୍ତି ସହିତ ବଦଳି କରାଯାଇଛି । ଏ ନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦିଆଯାଇଛି।