ଭୁବନେଶ୍ୱର : -ବିଦେଶିନୀଙ୍କ ଜଙ୍ଘରେ ଶ୍ରୀଜଗନ୍ନାଥଙ୍କ ଟାଟୁ କରାଯିବା ଘଟଣାରେ ଦୁଇ ଜଣ ଗିରଫ। ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ ପରେ ଉଭୟଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଧର୍ମୀୟ ଭାବନା କୁଠାରଘାତ ଅଭିଯୋଗରେ ଉଭୟ ଟାଟୁ ଦୋକାନ ମାଲିକ ଏବଂ ଟାଟୁ ଆଙ୍କିଥିବା ବ୍ୟକ୍ତି ଗିରଫ ହୋଇଛନ୍ତି।
ସୂଚନା ଥାଉକି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ କରି ଶରୀରର ସମ୍ବେନ୍ଦନଶୀଳ ସ୍ଥାନରେ ଜଗନ୍ନାଥଙ୍କ ଟାଟୁ କରି ବିବାଦରେ ବିଦେଶୀ ମହିଳା । ଟାଟୁ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଥାନାରେ ପହଞ୍ଚିଥିଲା ମାମଲା । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ଵର ସହିଦ ନଗରରେ ମାମଲା ରୁଜୁ ହୋଇଥିଲା । ତେଣୁ ଏହି ଘଟଣାରେ ଟାଟୁ ଦୋକାନୀ ମାଲିକ ଓ ଟାଟୁ ଆର୍ଟିଷ୍ଟ ରକି ଓରଫ ରକିରଞ୍ଜନ ବିଷୋୟୀ ଗିରଫ କଲା ସହିଦ ନଗର ଥାନା ପୋଲିସ ।ତାଙ୍କ ନାମରେ ଧାର୍ମିକ ଭାବନାକୁ କୁଠାରଘାତ କରିବା ଅଭିଯୋଗରେ ବିଏନଏସ ୨୯୯ ଏବଂ ବିଏନଏସ ୧୯୬ ରେ ସହିଦନଗର ଥାନା ପୋଲିସ ଗିରଫ କରିଛି ।
ଏପଟେ ଟାଟୁ କରିଥିବା ବିଦେଶିନୀ ଏବଂ ଟାଟୁ ପାର୍ଲର ମାଲିକ କ୍ଷମା ମାଗିଛନ୍ତି । ତେବେ ଏହି ବିବାଦରେ ଟାଟୁ ଆର୍ଟିଷ୍ଟ ରକି ଓରଫ ରକୀ ରଞ୍ଜନ ବିଷୋୟୀଙ୍କୁ ପୋଲିସ ଗିରଫ କରିଛି।