ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ମୋଟାପଣକୁ ନେଇ ମନ୍ତବ୍ୟ ଦେବା ପରେ କଂଗ୍ରେସ ନେତ୍ରୀ ଶମା ମହମ୍ମଦଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଚାରିଆଡ଼ୁ ତାଙ୍କୁ ବର୍ତ୍ତମାନ ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଛି ।
ବିସିସିଆଇ ସଚିବ ଦେବଜୀତ ସଇକିୟା ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିଥିବା ଲୋକ ଏଭଳି ବୟାନ ଦେବା ଅତି ନିନ୍ଦନୀୟ । ରୋହିତ ଶର୍ମା ଆମର ଅଧିନାୟକ ଏବଂ ତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବା ଶୋଭା ଦେଉ ନାହିଁ । ଆମ ଅଧିନାୟକଙ୍କ ବିରୋଧରେ ଏପରି ବୟାନ ଜଣେ ଦାୟିତ୍ୱବାନ ପଦବୀରେ ଥିବା ବ୍ୟକ୍ତିଙ୍କଠାରୁ ଆସିବା ଦୁର୍ଭାଗ୍ୟଜନକ । ବିଶେଷକରି ଏହି ସମୟରେ ଯେତେବେଳେ ଟିମ୍ ଇଣ୍ଡିଆ ICC ଟୁର୍ଣ୍ଣାମେଣ୍ଟରେ ଖେଳୁଛି ଏବଂ ସେମିଫାଇନାଲ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ।
ଅନ୍ୟପକ୍ଷରେ ବିବାଦ ପରେ ସଫେଇ ଦେଇଛନ୍ତି କଂଗ୍ରେସ ନେତ୍ରୀ ଶର୍ମା ମହମ୍ମଦ । ସେ କହିଛନ୍ତି ଯେ ଜଣେ ଖେଳାଳୀଙ୍କ ଫିଟନେସ୍ ଉପରେ ଏହା ଏକ ସାଧାରଣ ଟ୍ୱିଇଟ୍ ଅଟେ । ଏହା ଶରୀରକୁ ନେଇ କୌଣସି ମନ୍ତବ୍ୟ ନୁହେଁ । ମୁଁ ସବୁବେଳେ ବିଶ୍ୱାସ କରେ ଜଣେ ଖେଳାଳି ସବୁବେଳେ ଫିଟ୍ ରହିବା ଉଚିତ୍ ଏବଂ ସେ ଅଧିନ ଓଜନ ଥିବା ମୁଁ ଅନୁଭବ କଲି । ସେଥିପାଇଁ ସେ ବିଷୟରେ ଟୁଇଟ୍ କଲି । ଯେତେବେଳେ ମୁଁ ତାଙ୍କୁ ପୂର୍ବ ଅଧିନାୟକମାନଙ୍କ ସହିତ ତୁଳନା କଲି, ମୁଁ ଏକ ବିବୃତ୍ତି ଦେଇଥିଲି। ମୋର ଅଧିକାର ଅଛି। କହିବାରେ କ'ଣ ଭୁଲ ଅଛି? ଏହା ଏକ ଗଣତନ୍ତ୍ର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଶମା ମହମ୍ମଦ ଲେଖିଛନ୍ତି, ରୋହିତ ଶର୍ମା ଜଣେ ଖେଳାଳି ଭାବରେ ଅଧିକ ଓଜନ ରହୁଛନ୍ତି। ଓଜନ କମାଇବା ଦରକାର! ଅବଶ୍ୟ, ସେ ହେଉଛନ୍ତି ଭାରତର ସବୁଠାରୁ ପ୍ରଭାବହୀନ ଅଧିନାୟକ।