ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ଯର ସମସ୍ତ ସ୍କୁଲ କଲେଜ ପାଇଁ ଆସିବ ଗାଇଡଲାଇନ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ଆଲୋଚନ ସରିଛି । ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାଳକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ନୂତନ ସରକାର ଗଠନ ପରେ ବାତ୍ଯା, ବନ୍ଯାର ଯେମିତି ମୁକାବିଲା ହୋଇଛି ସେହିପରି ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ଯେପରି ଅଂଶୁଘାତର ଶିକାର ନ ହେବେ ସେନେଇ ସରକାରଙ୍କ ପକ୍ଷରୁ ମୁକାବିଲା ହେବ।
ସୂଚନା ଅନୁସାରେ, ମାର୍ଚ୍ଚ ଆରମ୍ଭ ରୁ ହିଁ ଅସହ୍ୟ ଗରମ ଅନୁଭୁତ ହେଲାଣି । ଏବେଠୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ସକାଳ ୧୦ଟାରୁ ମଧ୍ୟ ଟାଇଁ ଟାଇଁ ଖରା ହେଉଛି । ଯାହାଦ୍ବାରା ଘରୁ ବାହାରିବା ମୁସ୍କିଲ ହେଇପଡୁଛି । ତେଣୁ ସ୍କୁଲ ଏବଂ କଲେଜ୍ ପିଲାଙ୍କ ପାଇଁ ଗାଇଡ୍ ଲାଇନ୍ ଆଣିବାକୁ ଯାଉଛନ୍ତି ରାଜ୍ଯ ସରକାର ।