କର୍ଣ୍ଣାଟକ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେପିର ସାଂସଦ ତେଜ୍ୱଶ୍ରୀ ସୂରିୟା । ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ବିବାହ ଫଟୋ ଏବେ ସାମ୍ନାକୁ ଆସିଛି। ତେଜ୍ୱଶ୍ରୀଙ୍କ ବିବାହରେ ପରିବାର ଲୋକଙ୍କ ସହ କିଛି ନିକଟ ସମ୍ପର୍କୀୟ ଓ କିଛି ସହଯୋଗୀ ନେତା ସାମିଲ ହୋଇଥିଲେ । ଏବେ ଫଟୋ ଆସିବା ପରେ ଅନେକ ନେତା ତାଙ୍କୁ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଉଛନ୍ତି ।
ତେଜସ୍ୱୀ ସୂରିୟା ବେଙ୍ଗାଲୁରୁ ଦକ୍ଷିଣରୁ ଲୋକସଭା ଏମପି ଅଟନ୍ତି। ରାଜନେତା ସାଙ୍ଗକୁ ପେଶାରେ ସେ ଜଣେ ଓକିଲ। ସୂରିୟା ୨୦୧୯ରେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ କଂଗ୍ରେସର ବିକେ ହରିପ୍ରସାଦଙ୍କୁ ପରାସ୍ତ କରି ୩.୩୧ ଲକ୍ଷ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ୨୦୨୦ ମସିହାରୁ, ତେଜସ୍ୱୀ ସୂର୍ଯ୍ୟ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।
କିଏ ସେ ଗାୟିକା ଯାହାର ହାତ ଧରିଲେ ରାଜନେତା
ଶିବଶ୍ରୀ ସ୍କନ୍ଦପ୍ରସାଦ ହେଉଛନ୍ତି ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ । କେବଳ ଚେନ୍ନାଇ ନୁହେଁ ବରଂ ସାରା ଭାରତରେ ଅନେକ ବଡ଼ ବଡ଼ କାର୍ୟ୍ୟକ୍ରମରେ ତାଙ୍କ କଣ୍ଠସ୍ୱରର ଯାଦୁ ବିସ୍ତାର କରିଛନ୍ତି। ଏହା ବ୍ୟତୀତ ସେ କନ୍ନଡ ଭାଷାରେ ଏକ ଭକ୍ତିପୂର୍ଣ୍ଣ ଗୀତ ମଧ୍ୟ ଗାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ପ୍ରଶଂସା କରିଛନ୍ତି। ୨୦୧୪ରେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସା ପାଇବା ପରେ ସେ ରାତାରାତି ଲୋକପ୍ରିୟ ହୋଇଗଲେ । ଶିବଶ୍ରୀ ସ୍କନ୍ଦପ୍ରସାଦ ଶାସ୍ତ୍ର ବିଶ୍ୱବିଦ୍ୟାଳୟରୁ ବାୟୋଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ସେ ଚେନ୍ନାଇ ବିଶ୍ୱବିଦ୍ୟାଳୟରୁ ଭାରତନାଟ୍ୟମରେ ଏମ୍ଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଶିବଶ୍ରୀ ମଧ୍ୟ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ।