ଆଜି ପ୍ରବାଦ ପୁରୁଷ, ଓଡିଆ ମାଟିର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏକ୍ସରେ ପୋଷ୍ଟ ଜାରି କରି ଓଡିଶା ପ୍ରତି ବିଜୁ ପଟ୍ଟନାୟକଙ୍କ ଅବିସ୍ମରଣୀୟ ଅବଦାନ ବିଷୟରେ ସ୍ମୃତିଚାରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, ‘ବିଜୁ ବାବୁଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରୁଛି। ଓଡ଼ିଶା ପ୍ରତି ବିଜୁବାବୁଙ୍କ ଅବଦାନକୁ ଆମେ ସ୍ନେହପୂର୍ଣ୍ଣ ଭାବେ ମନେପକାଉଛୁ । ଓଡ଼ିଶାର ବିକାଶ ସହ ଲୋକଙ୍କୁ ସଶକ୍ତ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ। ଜରୁରିକାଳୀନ ପରିସ୍ଥିତିର ବିରୋଧ ସହ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ମଧ୍ୟ ପ୍ରତିବଦ୍ଧ ଥିଲେ’।