ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦିତ୍ୱୀୟ ପର୍ଯ୍ୟାୟ । ଏହା ଆସନ୍ତାକାଲିଠୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବେଶ୍ ସରଗରମ ହେବାର ସମ୍ଭାବନା ରହିଛି । ଏଥର ଅଧିବେଶନରେ ଏକାଧିକ ପ୍ରସଙ୍ଗକୁ ନେଇ ବିରୋଧୀ ଗୋଷ୍ଠୀ ଋଣନୀତି ପ୍ରସ୍ତୁତି କରୁଛନ୍ତି ।
ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଏବେ ପଞ୍ଚାୟତିରାଜ ଦିବସ ପାଳନ ବନ୍ଦକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ସରକାର ପଞ୍ଚାୟତିରାଜ ଦିବସ ପାଳନ ଏପ୍ରିଲ ୨୪ରେ ହେବ ବୋଲି ଘୋଷଣା କରିବା ସହିତ ଛୁଟି ମଧ୍ୟ ବାତିଲ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିକୁ ବିରୋଧୀ ବିଜେଡି ହଜମ କରିପାରିନାହିଁ। ଏହାକୁ ନେଇ ଗୃହରେ ତାତି ଦେଖିବାକୁ ମିଳିପାରେ । ତେବେ ବିରୋଧୀଙ୍କ ସବୁ ପ୍ରସଙ୍ଗରେ ସରକାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟବାସୀଙ୍କ ସମସ୍ୟା ଗୃହରେ ଆଲୋଚନା ହେବା ଆବଶ୍ୟକ। ଏଥିପାଇଁ ବିରୋଧୀ ଦଳ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।